ଗୁମ୍ମା ଘାଟିରୁ ତଳକୁ ଖସିଲା କାଠ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ  

ଗୁମ୍ମା ଘାଟିରୁ ତଳକୁ ଖସିଲା କାଠ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ  

ରାୟଗଡ଼ା: ଭାରସାମ୍ୟ ହରାଇ ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରୁ ତଳକୁ ଖସି ପଡିଛି କାଠ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଟ୍ରକଟି ସଂପୂ୍ର୍ଣ୍ଣ ଭାବେ ଚୁରମାର୍ ହୋଇଯାଇଛି। ଟ୍ରକ୍ ଭିତରେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ଦୁର୍ଘଟଣାର ଶିକାର ଟ୍ରକଟି କୋରାପୁଟରୁ ରାୟଗଡ଼ା ଅଭିମୁଖେ କାଠ ବୋଝେଇ କରି ଆସୁଥିଲା। ସଂଧ୍ୟା ୭ଟା ୩୦ ମିନିଟରେ ଗୁମ୍ମା ଘାଟିର ଏକ ବୁଲାଣିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ି ଘାଟି ତକଳୁ ଖସି ପଡିଥିଲା। ଦୁଘଟଣାରେ ଟ୍ରକ୍ କ୍ଷତିଗ୍ରସ୍ତ ହେବା ସହ ଡ୍ରାଇଭର କ୍ୟାବିନ୍ ଭିତରେ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ହେଲପର ସଂପର୍କରେ କୌଣସି ସୂଚନା ମିଳିନି। ଦୁର୍ଘଟଣା ପରେ ଟ୍ରକରୁ ଧୂଆଁ ବାହାରୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ରାୟଗଡ଼ା ଥାନା ଏସଆଇ ମାନସ କୁମାର ସାହୁଙ୍କ ସମେତ ପୁଲିସ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe