ପୋଲରୁ ମହାନଦୀକୁ ଖସିପଡ଼ିଥିଲା ୧୪ଚକିଆ ଟ୍ରକ୍‌, ୪୦ଫୁଟ ତଳେ ହେଲା ଠାବ

ପୋଲରୁ ମହାନଦୀକୁ ଖସିପଡ଼ିଥିଲା ୧୪ଚକିଆ ଟ୍ରକ୍‌, ୪୦ଫୁଟ ତଳେ ହେଲା ଠାବ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଥିବା ଭୁତମୁଣ୍ଡାଇ ଠାରେ ୧୪ ଚକିଆ ଟ୍ରକ୍‌ ଭାରସାମ୍ୟା ହରାଇ ପୋଲରୁ ମହାନଦୀକୁ ଖସି ପଡ଼ିଥିବା ସୋମବାର ଉଦ୍ଧାରକାରୀ ଦଳ ଠାବ କରିଛନ୍ତି।

ଉଦ୍ଧାରକାରୀ ଦଳଙ୍କ କହିବା ଅନୁସାରେ, ଟ୍ରକଟିକୁ ପାଖାପାଖି ୪୦ ଫୁଟ ଗଭୀର ପାଣିରେ ଠାବ କରାଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଆଜି ଉଦ୍ଧାର ହୋଇପାରିଲା ନାହିଁ । ଆସନ୍ତା କାଲି ଟ୍ରକଟିକୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି । ଗତକାଲି ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା । ଆଜି ପୁଣି ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍‌ , ସାମୂଦ୍ରିକ ପୁଲିସ ସହ ସ୍ଥାନୀୟ ପୁଲିସ ମଧ୍ୟ ନିୟୋଜିତ ହୋଇଥିଲେ । ଏହାସହ ସ୍ଥାନୀୟ ମତ୍ସ୍ୟଜୀବୀର ଏକ ଟିମ ମଧ୍ୟ ପ୍ରଶାସନକୁ ଅନୁରୋଧ କରି ଅପରେସନରେ ସହାୟତା କରିଥିଲେ । ଯାହାଦ୍ୱାରା ୧୦ ଘଣ୍ଟାର ଅପରେସନ ମଧ୍ୟରେ ଟ୍ରକଟିକୁ ଠାବ କରାଯାଇ ପାରିଛି ।

publive-image

ଉଲ୍ଲେଖଯୋଗ୍ୟ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଥିବା ଭୁତମୁଣ୍ଡାଇ ଠାରେ ଏହି ଦୁର୍ଘଟଣା ଘଟିଥିଲା। ଜାତୀୟ ରାଜପଥ ନମ୍ବର-୫(କ)ରେ ପାରାଦୀପଠାରୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ଗତକାଲି ଅପରାହ୍ନରେ ପ୍ରାୟ ୪ଟାରେ ମହାନଦୀକୁ ଖସିପଡ଼ିଥିଲା। ଟ୍ରକ୍‌୍ର ଜଣେ ଚାଳକ ଓ ଜଣେ ହେଲପର୍‌ ଥିବା ସନ୍ଦେହ କରାଯାଉଛି। ମହାନଦୀକୁ ଖସିପଡ଼ିବା ପରେ ଟ୍ରକ ପଛରେ ଆସୁଥିବା ଅନ୍ୟ ଲୋକମାନେ ଘଟଣାକୁ ଦେଖିଥିଲେ। ସେମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଜିତ ମଣ୍ଡଳ ନାମକ ଟ୍ରକ ଚାଳକ ଗତକାଲି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲେ ତାଙ୍କ ସହ କେହି ହେଲପର ଥିଲେ କି ନାହିଁ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe