କଳାହାଣ୍ଡି: ବ୍ରିଜ୍‌ରୁ ତଳକୁ ଖସିଲା ଲୁହା ବୋଝେଇ ଟ୍ରକ, ଚାଳକ ମୃତ

Advertisment
କଳାହାଣ୍ଡି: ବ୍ରିଜ୍‌ରୁ ତଳକୁ ଖସିଲା ଲୁହା ବୋଝେଇ ଟ୍ରକ, ଚାଳକ ମୃତ

ଭବାନୀପାଟଣା: ବ୍ରିଜ୍‌ ଉପରୁ ଲୁହା ବୋଝେଇ ଟ୍ରକ ନଦୀକୁ ଖସିପଡ଼ିବାରୁ ବୁଧବାର ଜଣେ ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ତୁରକେଲ ବ୍ରିଜ୍‌ରୁ ତେଲନଦୀକୁ ଛତିଶଗଡ଼ର ଏକ ଟ୍ରକ୍‌ (ସିଜି ୦୪ ଏମ୍‌ଡି ୮୮୬୮) ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଟ୍ରକରେ ଡ୍ରାଇଭର ଓ ହେଲ୍‌ପର ଥିଲେ। ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ପହଂଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଟ୍ରକ ଚାଳକ ତ୍ରିଲୋଚନ ହଂସଙ୍କର ମୃତହେଦ ଉଦ୍ଧାର ହୋଇଛି। ହେଲପର ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ ତ୍ରିଲୋଚନଙ୍କ ଘର କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଂଚଳର ଗଡିଆଯୋର ବୋଲି ଜଣାପଡ଼ିଛି। ଟ୍ରକଟି ଲୁହା ନେ ରାୟପୁରରୁ ବିଶାଖାପାଟଣା ଯାଉଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe