ନୂଆପଡ଼ା:ବୈଷ୍ଣୋଦେବୀ ମନ୍ଦିରରେ ଭଜନ ପରିବେଷଣ ହେଲା ଶେଷ କାର୍ଯ୍ୟକ୍ରମ, ଦୁର୍ଘଟଣାରେ ଚୀରନିଦ୍ରାରେ ଶୋଇଗଲେ ୧୦ କଳାକାର

Advertisment

ବୋଲେରୋକୁ ଧକ୍କା ଦେଲା ଟ୍ରକ, ୧୦ ମୃତ, ଗାଁକୁ ଫେରୁଥିବା ବେଳେ ହେଲେ ଦୁର୍ଘଟଣାର ଶିକାର

ବୋଲେରୋକୁ ଧକ୍କା ଦେଲା ଟ୍ରକ, ୧୦ ମୃତ, ଗାଁକୁ ଫେରୁଥିବା ବେଳେ ହେଲେ ଦୁର୍ଘଟଣାର ଶିକାର

ନୂଆପଡ଼ା:ବୈଷ୍ଣୋଦେବୀ ମନ୍ଦିରରେ ଭଜନ ପରିବେଷଣ ହେଲା ଶେଷ କାର୍ଯ୍ୟକ୍ରମ, ଦୁର୍ଘଟଣାରେ ଚୀରନିଦ୍ରାରେ ଶୋଇଗଲେ ୧୦ କଳାକାର

ନୂଆପଡ଼ା: ଛତିଶଗଡ଼ରୁ ଆସିଥିଳେ ଗଜପତି ଜିଲ୍ଲା କୋମନା ବୈଷ୍ଣୋଦେବୀ ମନ୍ଦିରରେ ଦୁର୍ଗାପୂଜା ଅବସରରେ ଭଜନ ପରିବେଷଣ କରିବାକୁ। ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଜନ ପରିବେଷଣ କରି ମାଙ୍କ ଠାରୁ ଆଶିର୍ବାଦ ନେଇ ଫେରୁଥିଲେ ଗାଁକୁ। ସନ୍ଧ୍ରାରେ ଭଜନ ପରିବେଷଣ କରି ଗାଁକୁ ଫେରୁଥିବା ବେଳେ ଡ୍ରାଇଭର ବ୍ୟତୀତ ଅନ୍ୟମାନେ ଶୋଇପଡ଼ିଥିଲେ। ମାତ୍ର ନିନୟତିର ନିର୍ଦ୍ଦେଶ ଥିଲା ଭିନ୍ନ ପ୍ରକାର। ସେମାନେ ଜାଣି ନ ଥିଲେ ଏହି ଭଜନ ପରିବେଷଣ ସେମାନଙ୍କ ଜୀବନର ଶେଷ ଭଜନ ପରିବେଷଣ ବୋଲି। ଆଉ ବୋଲେରୋ ଭିତରେ ସାମୟିକ ନିଦ୍ରା ସେମାନଙ୍କ ପାଇଁ ପାଇଁ ଚୀର ନିଦ୍ରା ଆଣିବ ବୋଲି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏହି ସାଂସ୍କୃତିକ ଦଳର ସମସ୍ତ ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ସମଗ୍ର ଗଜପତି ଜିଲ୍ଲା ସମେତ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ମଧ୍ୟ ଶୋକର ଛାୟା ଖେଳାଇ ଦେଇଛିି।

publive-image
ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ନୂଆପଡ଼ା ଜଲ୍ଲା ନୂଆପଡ଼ା ପେଟ୍ରୋଲ୍‌ ପମ୍ପ୍‌ ଓ ସିଲିଦା ଗାଁ ମଝିରେ ଜାତୀୟ ରାଜପଥ ୩୫ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋକୁ ଦୃତଗତିର ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବୋଲେରୋରେ ଥିବା ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକମାନେ ଏକ ସାସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ସଙ୍କାରା, ଅଂଶୁଳା ଏବଂ ବଳଦିଡିହି ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ନୂଆପଡ଼ା ଡାକ୍ତରଖାନାକୁ ପଠାଇଛି। ମୃତକମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ଥିବା ବେଳେ ଏଥିରେ ମୋଟ ୫୬ ଜଣ ପୁରୁଷ, ଜଣେ ମହିଳା ଓ ୩ ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି। ସମସ୍ତେ ଗୋଟିଏ ସାଂସ୍କୃତିକ ଦଳର ସଦସ୍ୟ ବୋଲି ଜଣାପଡ଼ିଛି।

publive-image
ମିଳିଥିବା ସୂଚନା ଅନୁଯାୟୀ, କୋମନା ବୈଷ୍ଣୋଦେବୀ ମନ୍ଦିରରେ ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ପରିବେଷଣ କରି ଏକ ବୋଲେରୋ ଯୋଗେ ଦିନେଶ ଦଣ୍ଡସେନା, ତାଙ୍କ ପତ୍ନୀ ଚାନ୍ଦନୀ ଦଣ୍ଡସେନା, ପୁଅ ଧନଞ୍ଜୟ ଦଣ୍ଡସେନା, ଝିଅ ଭାରତୀ ଦଣ୍ଡସେନାଙ୍କ ସହିତ ମେଘନାଦ ନିଷାଦ, ସୁରଜିତ ସିଂ ଛାବଡ଼ା , ନୀନର ପାନେଶ୍ୱର, ଦିନେଶ୍ୱର ନେତାମ ଓ ଧର୍ମେନ୍ଦ୍ର ନେତାମ ସଙ୍ଗୀତ ପରିବେଷଣ କରି ସାରିଲା ପରେ ଡ୍ରାଇଭର ମୁକେଶ ୍ରଗ୍ରଓ୍ଵାଲଙ୍କ ସହିତ ଗାକୁ ଫେରୁଥିଲେ। ଏ ସମସ୍ତଙ୍କ ଘର ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ସଂକାରା, ଅଂଶୁଳା ଏବଂ ବଡ଼ ବଳଦଡିହି ଗ୍ରାମରେ।ଏହି ସମୟରେ ରାତି ପ୍ରାୟ ୨ଟା ବେଳେ ଜାତୀୟ ରାଜପଥ ୩୫ର ନୂଆପଡ଼ା ପେଟ୍ରୋଲ୍‌ ପମ୍ପ୍‌ ଓ ସିଲିଦା ଗାଁ ମଝିରେ ଏକ ଟ୍ରକ୍‌ ଦୃତଗତିରେ ଆସି ସେମାନଙ୍କୁ ଧକ୍କାଦେଇଥିଲା । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିିବା ବେଳେ ଘଟଣାସ୍ଥଳରେ ହିଁ ସମସ୍ତ ବୋଲେରୋ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe