ଅନୁଗୁଳ: ବସ-ଟ୍ରକ ମୁହାଁମୁହିଁ ଧକ୍କା, ୫ ଆହତ

ଟ୍ରକ୍‌ ମାଡ଼ିଯାଇ ୨ ମୃତ, ଜଣେ ଗୁରୁତର

ଅନୁଗୁଳ/ପାଇକସାହି: ଆଜି ସକାଳେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଦନ୍ତର୍ଗତ ଅନ୍ତୁଳିଆ- ମୁଣ୍ଡାସାହିର ରାସ୍ତାର କଇଥସାହି ନିକଟରେ ଏକ ବସ- ଟ୍ରକ ମଧ୍ରରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଛନ୍ତି। ତେବେ ବସଟି ଅତି ଧୀରଗତିରେ ଯାଉଥିିବାରୁ ଆହତମାନଙ୍କ ମଧ୍ୟରୁ କେହି ଗୁରୁତର ହୋଇ ନାହାଁନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ କୁଠୁକୁଣିରୁ ଅନୁଗୁଳ ଯାଉଥିିବା ଓଆର୧୯ଏମ ୪୭୩୧ ନମ୍ବର ବିଶିଷ୍ଟ ‘ଜହ୍ନମାମୁଁ’ ନାମକ ବସଟି ସହିତ ମୁଣ୍ଡାସାହିରୁ ଅନ୍ତୁଳିଆ ଯାଉଥିବା ଓଡ଼ି ୧୯ ଏଫ ୧୦୪୪ ନମ୍ବର ବିଶିଷ୍ଟ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିିଲା। ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe