ବଲାଙ୍ଗୀର: ଦୁର୍ଘଟଣାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Advertisment
ବଲାଙ୍ଗୀର: ଦୁର୍ଘଟଣାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଲାଙ୍ଗୀର: ଆଜି ସକାଳେ ଏକ ଟ୍ରକ୍‌ ଧକ୍କାରେ ବଲାଙ୍ଗୀର କଲେଜରେ ଯୁକ୍ତ ଦୁଇ ପଢ଼ୁଥିବା ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।ଏହାକୁ କେନ୍ଦ୍ର କରି ବଲାଙ୍ଗୀର ସହରରେ ଉତ୍ତେଜନା ପ୍ରକାଶ ପାଇଛି। ଦଳମତ ନିର୍ବିଶେଷରେ ସହରର ବିଭିନ୍ନ ବର୍ଗର ଲୋକେ , ଛାତ୍ରୀ, ମହିଳାମାନେ ଜାତୀୟ ରାଜପଥରେ ମୃତ ଛାତ୍ରୀଙ୍କ ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ମୃତ ଛାତ୍ରୀଙ୍କ ପରିବାରକୁ ୨୫ ଳକ୍ଷ ଟଙ୍କାର କ୍ଷତିପୂରଣ ଓ ଜାତୀୟ ରାଜପଥର ବାଇପାସ ନିର୍ମାଣ ଦାବିରେ ଏହି ରାସ୍ତାରୋକ କରାଯାଉଛି।

publive-image
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀରର ରିନବଚନ ଗାଁର ଲିଲି ନାୟକ ଆଜି ସକାଳେ ଗାଁରୁ ବଲାଙ୍ଗୀର କଲେଜକୁ ସାଇକେଲରେ ଆସୁଥିବା ବେଳେ ତାଙ୍କୁ ପଛପଟୁ ଓ ଆର ୦୩ ଇ ୧୧୪୨ ନମ୍ବର ବିଶିଷ୍ଟ ଟ୍ରକ୍‌ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଲିଲିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାର ହେବା ପରେ କଲେଜର ଛାତୀମାନଙ୍କ ସହିତ ରାଜନେତା ସୌମେନ୍ଦ୍ର ମିଶ୍ର, ଗୋପାଲଜୀ ପାଣିଗ୍ରାହୀ ,ଶ୍ରମିକ ନେତା ଲଳିତ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଲୋକ ଜାତୀୟ ରାଜପଥ ଅବରୋଧ କରି ମୃତ ଲିଲିଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ବାଇପାସ ନିର୍ମାଣ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe