ବାରିପଦା: ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଏକ ପୋଲ ଉପରକୁ ୩୦ ଫୁଟ୍ ତଳକୁ ଏକ ଗ୍ୟାସ ଟାଙ୍କି ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ଭେବେ ଆହତ ହୋଇଛନ୍ତି। ପୁଲିସ ଓ ଅଗ୍ନିଶମ କେନ୍ଦ୍ର କର୍ମଚାରୀମାନେ ଆହତ ଡ୍ର୍ରାଇଭରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଝାଡ଼ଖଣ୍ଡର ଜାମସେଦପୁର ରୁ ବାରିପଦାକୁ ଗ୍ୟାସ ଟାଙ୍କି ନେଇ ଆସୁଥିିବା ଏକ ଟ୍ରକ୍ ବେଳେ୪୯ ନମ୍ବର ଜାତୀୟ ରାଜପଥର ବିଶୋଇ ଥାନା ନିକଟରେ ଥିବା ଏକ ଭଙ୍ଗା ପୋଲ ଉପରକୁ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ତେବେ ଏ ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚିି ଟ୍ରକ୍ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭର ମୃତ୍ୟୁଞ୍ଜୟ ଶ୍ରୀବାସ୍ତବଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us