କୋରାପୁଟ: ଘାଟି ତଳକୁ ଓଲଟିଲା ଧାନ ବୋଝେଇ ଟ୍ରକ, ୩ ମୃତ, ଜଣେ ଗୁରୁତର

Advertisment
କୋରାପୁଟ: ଘାଟି ତଳକୁ ଓଲଟିଲା ଧାନ ବୋଝେଇ ଟ୍ରକ, ୩ ମୃତ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ କୁମ୍ଭାରୀପୁଟ ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏକ ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍‌ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଟିକିରିରୁ ଆନ୍ଧ୍ରପ୍ରଦେଶକୁୁ ଧାନ ନେଇ ଯାଉଥିବା ବେଳେ ଟ୍ରକ୍‌ଟି କୁମ୍ଭାରୀପୁଟ ଘାଟି ଉପରେ ବ୍ରେକ୍‌ ଫେଲ ହୋଇଥିଲା। ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଗାଡ଼ିଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତ କରିଥିଲା। ମୃତକମାନଙ୍କ ପରିଚୟ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe