ଆନ୍ଧ୍ର ଓଡିଶା ସୀମାନ୍ତ ରାସ୍ତାକୁ ମରାମତି କଲା ଟ୍ରକ ସଂଘ

Advertisment
ଆନ୍ଧ୍ର ଓଡିଶା ସୀମାନ୍ତ ରାସ୍ତାକୁ ମରାମତି କଲା ଟ୍ରକ ସଂଘ

ରାୟଗଡା: ରାୟଗଡା ଜିଲ୍ଲା ସୀମାନ୍ତକୁ ଲାଗିଛି ଆନ୍ଧ୍ର। ରାୟଗଡା ଦେଇ ପ୍ରତିଦିନ ଶହ ଶହ ଟ୍ରକ ଆନ୍ଧ୍ରକୁ ଯିବା ଆସିବା କରିଥାନ୍ତି।ତେବେ ଓଡିଶା ସୀମା ଠାରୁ ଆନ୍ଧ୍ରର କୁନେରୁ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ଅତି ଶୋଚନୀୟ ହୋଇପଡିଥିବା ଯୋଗୁଁ ବର୍ଷା ହେଲେ ଏହି ରାସ୍ତାରେ ଟ୍ରକ ଫସି ଘଣ୍ଟା ଘଣ୍ଟା କାଳ ଅଟକି ରହୁଥିବାରୁ ବିଶେଷକରି ରାୟଗଡା ଏବଂ ଆନ୍ଧ୍ରର ଲୋକେ ଯାତାୟତ କରିବାରେ ବହୁ ସମସ୍ୟା ଦେଖା ଦେଉଛି। ଏପରିକି ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି। ଏହି ରାସ୍ତାରେ ଶହ ଶହ ଖାଲଖମା ରହିଥିବାରୁ ବହୁ ସମୟରେ ପାଣି ଜମି ଖାଲ ଜଣାପଡୁନଥିବାରୁ ଟ୍ରକଗୁଡିକ ଖାଲରେ ପଡି ଦୁର୍ଘଟଣା ଘଟୁଛି।

ଏହା ରାୟଗଡା ସହର ବାସିନ୍ଦା ଏବଂ ଓଡିଶାର ମୁଖ୍ୟ ମାର୍ଗ ହୋଇଥିବାରୁ ଏହାକୁ ମରାମତି କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେହି ଶୁଣୁନଥିବାରୁ ରାୟଗଡା ଟ୍ରକ ମାଲିକ ସଂଘର ସଭାପତି ୟାଲା କୋଣ୍ଡା ରାଓ ତୁରନ୍ତ ସେଠାକୁ ଯାଇ ରାସ୍ତା ମରାମତି କରିବା ପାଇଁ ନିର୍ଦେଶ ଦେଇଥିଲେ। ରାୟଗଡାରୁ ୬ଟି ଟ୍ରକ ସେଠାରେ ପହଞ୍ଚି ରାସ୍ତାକୁ ମରାମତି କରିବା ପାଇଁ ଯାହା ଦରକାର ସେସବୁ ପକାଇ ରାସ୍ତାକୁ ମରାମତି କରିଥିଲେ। ଯାହାଫଳରେ ଏବେ ଯାତାୟତ ସ୍ବାଭାବିକ ହୋଇଥିବା କୁହାଯାଇଛି। ଜେସିବି ଦ୍ବାରା ରାସ୍ତାକୁ ଏବେ ସମତୁଲ କରାଯାଇଥିବା ଟ୍ରକ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe