କେନ୍ଦୁଝର: କେନ୍ଦୁଝର ସଦର ଥାନା ରାୟଗୋଡ଼ା ଗାଁରେ ଏକ ମର୍ମନ୍ତଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁ ଦାଣ୍ଡରେ ଟ୍ରକ୍ଟି ଯୁବକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଗାଁ ଲୋକେ ଉତ୍ୟକ୍ତ ହୋଇ ଟ୍ରକ୍ରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ମୃତ ଯୁବକ ଜଣଙ୍କ ବିନିନ୍ଦା ଗାଁର ବୋଲି ସ୍ଥାନୀୟ ପୁଲିସ୍ କହିଛି। ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି। ଉତ୍ୟକ୍ତ ଲୋକଙ୍କୁ ପୁଲିସ୍ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା କୁହାଯାଉଛି।
ଯୁବକଙ୍କ ଉପର ମାଡ଼ିଗଲା ଟ୍ରକ୍: ଉତ୍ୟକ୍ତ ଲୋକେ ଜାଳିଦେଲେ ଟ୍ରକ୍
Advertisment
Follow Us