ଆଲୁମିନିୟମ ତାର ନେଇ ଫେରାର ଟ୍ରକ୍ ପଶ୍ଚିମବଙ୍ଗରୁ ଉଦ୍ଧାର  

ଆଲୁମିନିୟମ ତାର ନେଇ ଫେରାର ଟ୍ରକ୍ ପଶ୍ଚିମବଙ୍ଗରୁ ଉଦ୍ଧାର  

ଝାରସୁଗୁଡ଼ା: ଅନ୍ୟ ଏକ ଟ୍ରକ୍ର ନମ୍ବର ପ୍ଲେଟ ଓ ଚେସିସ୍ ନମ୍ବର ଲଗାଇ ୧୫.୮୭୫ ମେଟ୍ରିକ୍ ଟନ୍ ଆଲୁମିନିୟମ କଣ୍ଡକ୍ଟର ୱେର୍ ନେଇ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଡାଲକୁନି ଠାରେ ବିକ୍ରିକରି ଦେଇଥିବା ଏକ ଟ୍ରକକୁ ବଡ଼ମାଲ ପୁଲିସ ପଶ୍ଚିମବଙ୍ଗରୁ ଉଦ୍ଧାର କରିଥିବା ଜଣାଯାଇଛି। ଯାହାର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ। ବଡ଼ମାଲ ପୁଲିସ ଏ ନେଇ ପଶ୍ଚିମବଙ୍ଗ ଯାଇ ତଦନ୍ତ କରି ସଂପୃକ୍ତ ଟ୍ରକ୍ ଉଦ୍ଧାର କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।

ଗିରଫ ଟ୍ରକ ମାଲିକ ହେଲା ସାଗର ଦାସ ଓ ଟ୍ରାଇଭର ସଞ୍ଜୟ ସାଓ । ଗତ ୧୪ ତାରିଖ ରାତିରେ ବେଦାନ୍ତ ଷ୍ଟାରଲାଇଟ୍ କମ୍ପାନୀ ଠାରୁ ଉକ୍ତ ଟ୍ରକ ଅନ୍ୟ ଏକ ଟ୍ରକର ନମ୍ବର ଲଗାଇ ଆଲୁମିନିୟମ ତାର ବୋଝେଇ କରି ପଶ୍ଚିମବଙ୍ଗର ସିଲଭାସା ଅଭିମୁଖେ ବାହାରିଥିଲା। ତେବେ ଏହି ଟ୍ରକ ୨୧ ତାରିଖ ପର୍ଯ୍ୟନ୍ତ ସେଠାରେ ନପହଞ୍ଚିବାରୁ ମାଲ ପଠାଇଥିବା ଟ୍ରନ୍ସପୋର୍ଟର ଥାନାରେ ଅଭିଯୋଗ କରିଥିଲା।

ପୁଲିସ ଯେଉଁ ନମ୍ବର ଟ୍ରକରେ ମାଲ ଯାଇଥିଲା ସେହି ନମ୍ବର ଟ୍ରକର ମାଲିକ ସହିତ ଯୋଗାଯୋଗ କରିବା ପରେ ସେହି ଟ୍ରକ ମାଲ ନେଇ ଯାଇନଥିବା ଜଣାପଡ଼ିଥିଲା। ଫଳରେ ଏହା ଚୋରି ହୋଇଥିବା ସ୍ପଷ୍ଟ ହୋଇଥିଲା। ବଡ଼ମାଲ ଆଇଆଇସି ଅମିତାଭ ପଣ୍ଡାଙ୍କ ନେତୃତ୍ବରେ ପୁଲିସ ପଶ୍ଚିମବଙ୍ଗ ଯାଇ ତଦନ୍ତ କରିବା ପରେ ଟ୍ରକ ମାଲିକା ଚଞ୍ଚକତା ଧରାପଡ଼ିଥିଲା। ତେବେ ଚୋରି ମାଲ କିଣିଥିବା ବ୍ୟକ୍ତି ବନାରସ ପଳାଇ ଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟ ଦୁଇଜଣ ଫେରାର ହୋଇଥିବାରୁ ଚୋରି ମାଲା ଉଦ୍ଧାର ହୋଇ ପାରିନଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe