ବେଆଇନ ଡିଜେଲ, ପେଟ୍ରୋଲ ଚାଲାଣ ବେଳେ ଟ୍ରକ୍‌ ଜବତ

Advertisment
ବେଆଇନ ଡିଜେଲ, ପେଟ୍ରୋଲ ଚାଲାଣ ବେଳେ ଟ୍ରକ୍‌ ଜବତ

ବଲାଙ୍ଗୀର: ବେଆଇନ ଭାବେ ଡିଜେଲ ଓ ପେଟ୍ରୋଲ ଚାଲାଣ ହେଉଥିବା ବେଳେ ଯୋଗାଣ ବିଭାଗ ଚଢ଼ଉକରି ଟ୍ରକ୍‌ (ସିଜି ୦୪ ଏନ୍‌ଜେଡ୍‌ ୭୭୨୨)କୁ ଜବତ କରିଛି। ସୂଚନା ଅନୁସାରେ ସୋମବାର ସକାଳେ ଉକ୍ତ ଟ୍ରକ୍‌ରେ ୬୦ ଲିଟର ବିଶିଷ୍ଟ ୪୦ଟି ଜାର୍‌ରେ ପେଟ୍ରୋଲ୍‌ ଓ ୪୦ଟି ଜାର୍‌ରେ ଡିଜେଲ ବେଆଇନ ଭାବେ ଖପ୍ରାଖୋଲସ୍ଥିତ ଭୂଦେବ ଫୁଏଲ୍‌ସରୁ ଲୋଡ଼ ହୋଇ ବିଭିନ୍ନ ପେଟ୍ରୋଲ ଡିଜେଲ ବିକୁଥିବା ଦୋକାନମାନଙ୍କୁ ଚାଲାଣ ହେଉଥିଲା।

ଖବର ପାଇ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ବିକାଶ ବାର୍ଲା ଖପ୍ରାଖୋଲ ପ୍ରାଣୀ ଚିକିତ୍ସାଳୟ ନିକଟରେ ଟ୍ରକ୍‌କୁ ଅଟକାଇ ଜବତ କରିଥିଲେ। ଏହାର ତଦନ୍ତ ଚାଲିଛି ବୋଲି ଯୋଗାଣ ନିରୀକ୍ଷକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe