ମିଶନ ଜୀବିକା ଯୋଜନାରେ ଉନ୍ନତ କିସମର ହଳଦୀ ବିହନ ବଣ୍ଟନ

ବାରିପଦା ଆଇଟିଡିଏ ପକ୍ଷରୁ ୪୪ ଆଦିବାସୀ ଚାଷୀଙ୍କୁ ୩ କୁଇଂଟାଲ ବିହନ ବଣ୍ଟନ

ମିଶନ ଜୀବିକା ଯୋଜନାରେ ଉନ୍ନତ କିସମର ହଳଦୀ ବିହନ ବଣ୍ଟନ

Sambad

ବାରିପଦା: ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଆଦିବାସୀ ବର୍ଗର ହଳଦୀ ଚାଷୀ ମାନଙ୍କୁ ଉନ୍ନତ କିସମର ହଳଦୀ ବିହନ ବଂଟନନ କରାଯାଇଛି। ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉପଜାତି ବିଭାଗର ମିଶନ ଜୀବିକା ଯୋଜନାରେ ବାରିପଦା ବ୍ଲକ ଅନ୍ତର୍ଗତ ବେତନା ଗ୍ରାମପଂଚାୟତର ସାନଡାକୋଇ ଓ ଦାମଦୋରପୁର ଗ୍ରାମର ଆସିବାସୀ ବର୍ଗର ହଳଦୀ ଚାଷୀ ମାନଙ୍କୁ ୩ କୁଇଂଟାଲ ଉନ୍ନତ କିସମର ହଳଦୀ ବିହନ ବଂଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାନଡାକୋଇ ଗ୍ରାମର ୩୪ ଜଣ ଓ ଦାମଦୋର ପୁର ଗ୍ରାମର ୧୦ ଜଣ ମୋଟ ୪୪ ଜଣ ଚାଷୀଙ୍କୁ ବିହନ ବଂଟନ କରାଯାଇଛି। ପର୍ଯ୍ୟାୟକ୍ରମେ ଉକ୍ତ ଚାଷୀ ମାନଙ୍କୁ ସାର ମଧ୍ୟ ଯୋଗାଇ ଦିଆଯିବ। ହଳଦୀ ଏକ ଲାଭ ଜନକ ଅର୍ଥକାରୀ ଫସଲ।

ଏହି ଚାଷକୁ କ୍ସୈବିକ ପଦ୍ଧତିରେ କରିବା ଦ୍ୱାରା ଚାଷୀମାନଙ୍କର ରୋଜଗାର ବୃଦ୍ଧି ହେିବା ସହିତ ଆର୍ଥିକ ମାନଦଣ୍ଡରେ ବିକାଶ ହୋଇ ପାରିବ ବୋଲି ଉପସ୍ଥିତ ବାରିପଦା ଆଇଟିଏ ର ପ୍ରକଲ୍ପ ପ୍ରସାଶକ ବସନ୍ତ କୁମାର ସେଠୀ ଚାଷୀଙ୍କ ଉଦେଶ୍ୟରେ କହିଥିଲେ। ଆଇଟିଏର ପ୍ରକଳ୍ପ ପ୍ରବନ୍ଧକ, ଏସଏମସି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କରୋନା କଟକଣା ନୀତି ନିୟମକୁ ପାଳନକରି ଚାଷୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe