ଦିନିିକିଆ ମୟୂରଭଂଜ ଗସ୍ତରେ କ୍ରୀଡ଼ା ଭିତ୍ତିଭୂମି ନେଇ ସମୀକ୍ଷା କଲେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ

Advertisment
ଦିନିିକିଆ ମୟୂରଭଂଜ ଗସ୍ତରେ କ୍ରୀଡ଼ା ଭିତ୍ତିଭୂମି ନେଇ ସମୀକ୍ଷା କଲେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ

Sambad

ବାରିପଦ: ରାଜ୍ୟ କ୍ରୀଡା ଓ ଯୁବ ସେବା, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ୨୩ ତାରିଖରେ ଦିନିକିଆ ମୟୂରଭଂଜ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ ଯୋଜନା କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ଇ-ଗର୍ଭନାନସ୍ (ଏଚ୍.ଆର୍.ଏମ୍ ଏସ୍‌) ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ଏବଂ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ବ୍ଲକ ଓ ସହରାଞ୍ଚଳରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିଭୂମି ଓ ଉନ୍ନୟନ କାର୍ଯ୍ୟକ୍ରମରେ ଅଗ୍ରଗତିର ସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ମୂଳକ ସମୀକ୍ଷା କରିଥିଲେ।

ରାଜ୍ୟ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ବେହେରାଙ୍କ ମୟୂରଭ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ୨୩ ତାରିଖରେ ଅପରାହ୍ନରେ ବାରିପଦା ପ୍ରଦକ୍ଷଣଗୃହ (ସାର୍କିଟ୍ ହାଉସ୍) ଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା କ୍ରୀଡା ଅଧିକାରୀ ଭୋଜରାଜ ମହାପାତ୍ର, ଜିଲ୍ଲା ଇ-ଗଭରନାନ୍ସ ଏଚ୍ଆରଏମ୍ଏସ୍ ଜିଲ୍ଲା ପରିଚାଳକ ସେବତୀ କର ପ୍ରମୁଖ ସମ୍ପୃକ୍ତ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାର କ୍ରୀଡା ଭିତ୍ତିଭୂମି ବିକାଶ ସୂଚନା ପ୍ରଯୁକ୍ତି ଇ-ଗଭରନାନ୍ସ କାଯର୍ୟକ୍ରମର ଅଗ୍ରଗତି ଓ ସ୍ତିତି ସମ୍ପର୍କରେ ଆଲୋଚନା କରିଥିଲେ।

publive-image Sambad

ଆଲୋଚନାରେ ବିଶେଷ କରି, ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଯୋଜନା କାର୍ଯ୍ୟକ୍ରମରେ ଜିଲ୍ଲାରେ ଯୁବ କ୍ରୀଡା ପ୍ରତିଭାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲର ସମସ୍ତ ବ୍ଲକ ସ୍ତରରେ ମିନି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟକ୍ରମ, ଜିଲ୍ଲା ମହକୁମା ବାରିପଦା ସ୍ଥିତ ସୁଇମିଙ୍ଗ ପୋଲ (ସ‘ରଣାଗାର) ନିର୍ମାଣ ଆଦି ଆନୁସାଙ୍ଗିକ କ୍ରୀଡା ଭିତ୍ତିଭୂମି କାଯର୍ୟକ୍ରମ ଅଗ୍ରଗତିର ସ୍ଥିତି ଏବଂ ତତ୍ସହିତ ଜିଲ୍ଲାର ବିଭିନ୍ନ କ୍ରୀଡା ବିଶେଷ କରି ବାରିପଦା, କୁଳିଅଣା, ଶୁଳିଆପଦା, ମୋରଡା, ବେତନଟୀ, ବଡସାହି, ରାସଗୋବିନ୍ଦପୁର ବ୍ଲକରେ ମିନି ଷ୍ଟାଡିୟମ୍ ନିର୍ମାଣକାଯର୍ୟ ତ୍ୱରାନ୍ନିତ କରିବା ପାଇଁ ସମ୍ପୃକ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ରାଇରଙ୍ଗପୁର ପୌରାଞ୍ଚଳ ସ୍ଥିତ ମହୁଲଡିହାରେ ମିନିଷ୍ଟାଡିୟମ ନିର୍ମାଣ ପାଇଁ ବିହିତ ପଦକ୍ଷେପ ନେବାକୁ ଗୁରୁତ୍ୱରୋପ କରିଥିଲେ।

ଏଥି ସହିତ ସରକାରଙ୍କ ଇ-ଗର୍ଭନାନସ୍, ଏଚ୍ଆର୍‌ଏମ୍‌ଏସ୍‌ର ସମସ୍ତ ସରକାରୀ ବିଭାଗ ଯୋଜନା କାଯର୍ୟର ସଫଳ ରୂପାୟନ ପାଇଁ ସୂଚନା ପ୍ରଯୁକ୍ତି ବିଦ୍ୟା ଜ୍ଞାନ କୌଶଳ ଉପଯୋଗ କରିବା ଦିଗରେ ଧ୍ୟାନ ଦେଇ ବିଶେଷ କରି ଜିଲ୍ଲା ଓ ବ୍ଲକ ମହକୁମା କାଯର୍ୟାଳୟରେ ଭିଡିଓ କନ୍ଫେରେନସିଂ ବ୍ୟବସ୍ଥାର ଉନ୍ନତି କରଣ କରାଯିବା ପାଇଁ ଦୃଷ୍ଟି ଦେବା ଏବଂ ସେହିପରି ଗ୍ରାମାଞ୍ଚଳରେ ଟେଲିକମ୍ ଯୋଗାଯୋଗ ବ୍ୟବସ୍ଥାର ଭିତ୍ତିଭୁମି ବିକାଶ ପାଇଁ ଟାଓ୍ୱାର ପ୍ରତିଷ୍ଠା କରାଯିବାକୁ ମନ୍ତ୍ରୀ ବେହେରା ଗୁରୁତ୍ୱାରୋପ କରିବା ସହିତ ଜିଲ୍ଲାର ସମସ୍ତ ସିଏସ୍ସି (ଜନ ସେବା କେନ୍ଦ୍ର) ମାନଙ୍କରେ ଅନଲାଇନ୍ ସେବା ବ୍ୟବସ୍ଥା ଜନସାଧାରଣଙ୍କ ସରକାରୀ ସେବା ଉପଯୋଗ ନିମନ୍ତେ ଆନୁସାଙ୍ଗିକ କାର୍ଯ୍ୟକ୍ରମ ତ୍ୱରାନ୍ନିତ କରିବାକୁ ସମ୍ପୃକ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀଙ୍କ ମୟୂରଭ ଜିଲ୍ଲା ଗସ୍ତ ଆବସରରେ ଅନୁଷ୍ଠିତ ଉକ୍ତ ଆଲୋଚନା ବୈଠକରେ ସମ୍ପୃକ୍ତ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe