ସୋଲଡେଗା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ

Advertisment
ଯୁବଚାଷୀଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା; ଚିତ୍କାର ଶୁଣି ଦୌଡି ଆସିଲେ ଲୋକେ, ପଳାଇଗଲା ହାତୀ

Photo: Sambad

ବଣାଇଁଗଡ଼ (ସୁନ୍ଦରଗଡ଼): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମଡ଼ା ବନାଞ୍ଚଳର ସୋଲଡେଗା ଜଙ୍ଗଲରେ ଆଜି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଆଜି ସକାଳେ ଏକ ୨୨ ସଦସ୍ୟ ବିଶିଷ୍ଟ ହାତୀପଲ ସୋଲଡେଗା ଜଙ୍ଗଲରେ ପହଞ୍ଚିଥିଲେ। ତା’ପରେ ଉକ୍ତ ହାତୀପଲରେ ଥିବା ଏକ ଦନ୍ତାହାତୀ ଅସୁସ୍ଥ ହେବା ସହ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ନିକଟ ବନ କାର୍ଯ୍ୟାଳୟକୁ ଖବର ଦେବା ପରେ ବନପାଳ ସୋଲଡେଗାରେ ପହଞ୍ଚି ମୃତହାତୀଟିକୁ ଜଗି ରହିଥିବା ସୂଚନା ମିଳିଛି। ଆସନ୍ତାକାଲି ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe