ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା

Advertisment
କଟକ ବନାଞ୍ଚଳରେ ବିପଦରେ ହାତୀ

ଚମକପୁର : ରାତିସାରା ମଞ୍ଚାରେ ରହି ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେଉଥିଲେ। ସକାଳେ ଘରକୁ ଫେରିବା ସମୟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଚିପିଣ୍ଡା ବିଟ୍‌ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଚାମିରା ମୁଣ୍ଡା (୨୫)।

ହାତୀପଲ ଫସଲ ନଷ୍ଟ କରି ଦେଉଥିବାରୁ ଚାଷୀମାନେ ମଞ୍ଚା‌ରେ ରହି ରାତି ଉଜାଗର ହୋଇ ନିଜ ଫସଲକୁ ସୁରକ୍ଷା ଦେଉଛନ୍ତି। ଗତକାଲି ରାତିରେ ଚାମିରା ମଞ୍ଚାରେ ଥିଲେ। ଆଜି ଭୋର ୫ଟାବେଳେ ମଞ୍ଚାରୁ ଓହ୍ଲାଇ ଘରକୁ ଯାଉଥିବାବେଳେ ରାସ୍ତାରେ ଏକ ଦନ୍ତାହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତାଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେବାରୁ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଝୁମ୍ପୁରା ଡାକ୍ତରଖାନା ନେଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବନ ବିଭାଗ ସୂଚନା ଦେଇଛି । ମୃତ ଚାମିରାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏକ ୧୧ ଟିକିଆ ହାତୀପଲ ବୁଲୁଛନ୍ତି । ଆଜି ଏହି ହାତୀପଲ ପୁରୁଣାପାଣିଠାରୁ ୨ କିମି ଦୂର ବେଲଦା ଜଙ୍ଗଲରେ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe