ୟୁଫୋରିଆକୁ ନେଇ ଟ୍ବିଟ୍‌ ଝଡ଼

ୟୁଫୋରିଆକୁ ନେଇ ଟ୍ବିଟ୍‌ ଝଡ଼

Medical Dialogues

ସମ୍ବଲପୁର: ବୁର୍ଲା ଭିମ୍‌ସାରରେ ଅନୁଷ୍ଠିତ ୟୁଫୋରିଆକୁ ନେଇ ସାମାଜିକ ଗଣମାଧ୍ୟମ ଝଡ଼ ଦେଖିବାକୁ ମିଳିଥିଲା। ଅନେକ ଭିମସାର ସୁରକ୍ଷିତ ବୋଲି ମତ ରଖୁଥିବା ବେଳେ ଆଉ କିଛି ଅସୁରକ୍ଷିତ ଦର୍ଶାଇବାକୁ ଲାଗି ପଡ଼ିଥିଲେ। ୨ ଗୋଷ୍ଠୀ ଭଳି ସାମାଜିକ ଗଣମାଧ୍ୟମରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଥିଲା।

ଭିମସାର୍‌ରେ ଜୁଲାଇ ୧୦ ତାରିଖ ୟୁଫୋରିଆ-୨୦୨୩ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବହୁ ବଲିଉଡ୍‌ ତାରକା ଆସିଥିଲେ। ଉକ୍ତ ତାରକାମାନଙ୍କୁ ଟ୍ୟାଗ୍‌ କରି କିଛି ବ୍ୟକ୍ତି ଭିମ୍‌ସାର ଅସୁରକ୍ଷିତ ବୋଲି ଟ୍ବିଟ୍‌ କରୁଥିଲେ। ତା ସହିତ ଗତ ସପ୍ତାହରେ ବୁର୍ଲାରେ ଏମକେସିଜିର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ହୋଇଥିବା ଗଣ୍ଡଗୋଳର ଭିଡିଓକୁ ଛାଡ଼ଥିଲେ। ଆଉ କିଛି ଶାନ୍ତି ଶୃଙ୍ଖଳାର ସହିତ ଭିମ୍‌ସାର୍‌ରେ ଚାଲିଥିବା କାର୍ଯ୍ୟକ୍ରମର ଭିଡିଓ ସେୟାର କରି ସୁରକ୍ଷିତ ବାର୍ତ୍ତା ଦେଉଥିଲେ। ଭିମ୍‌ସାରରେ ଅନୁଷ୍ଠିତ ୟୁଫୋରିଆକୁ ନେଇ ଶହ ଶହ ଛାତ୍ରଛାତ୍ରୀଙ୍କ ଦ୍ବାରା ବଲିଉଡ୍‌ ତାରକାଙ୍କୁ ଟ୍ୟାଗ୍‌ କରି କରାଯାଇଥିବା ଟ୍ବିଟ୍‌, ଟ୍ବିଟର୍‌ରେ ଝଡ଼ ସୃଷ୍ଟି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe