କୁମାରବସ୍ତରୁ ୧୨ ଫୁଟ ଦୀର୍ଘ ଅଜଗର ଉଦ୍ଧାର

Advertisment
କୁମାରବସ୍ତରୁ ୧୨ ଫୁଟ ଦୀର୍ଘ ଅଜଗର ଉଦ୍ଧାର

Sambad

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ନିକଟସ୍ଥ କୁମାରବସ୍ତ ଠାରେ ୧୨ଫୁଟ ଦୀର୍ଘ ଏକ ଅଜଗର ସାପକୁ ଉଦ୍ଧାର କରି ଗ୍ରାମବାସୀ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଆଜି ସକାଳ ପ୍ରାୟ ୭ଟା ବେଳେ ଗାଁ ଦାଣ୍ଡରେ ବିରାଟ ଅଜଗର ସାପକୁ ଗାଁ ଲୋକ ଦେଖିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମର ସମସ୍ତ ଲୋକ ସେଠାରେ ଜମା ହୋଇଯାଇଥିଲେ। ଏନେଇ ସୂଚନା ପାଇ ଖୋର୍ଦ୍ଧା ରେଞ୍ଜ ବନ କର୍ମଚାରୀ ସେଠାରେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବେ ଖୋର୍ଦ୍ଧା ନିକଟ ହଳଦିଆ ରେଞ୍ଜ ଅଧୀନ ନିଆଳ ଠାରେ ଏକ ଗର୍ଭବତୀ ଅଜଗର ସାପକୁ ଉଦ୍ଧାର କରିବା ଓ ଅଣ୍ଡାରୁ ଛୁଆ ଫୁଟିବା ଯାଏଁ ଗ୍ରାମବାସୀ ସୁରକ୍ଷା ଦେଇଥିବା ଘଟଣା ଅଂଚଳରେ ବେଶ୍ ଚର୍ଚ୍ଚାର ବିଷୟ ଥିଲା।

ଏହି ଘଟଣା ଆଖପାଖର ଲୋକଙ୍କୁ ପରିବେଶ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବେଶ୍ ପ୍ରଭାବିତ କରିଛି। ଆଜି କୁମାରବସ୍ତରେ ବିରାଟ ସାପଟିକୁ ଦେଖି ଗ୍ରାମବାସୀ କୌଣସି କ୍ଷତି ନକରି ବନ ବିଭାଗକୁ ସୂଚନା ଦେଇଥିଲେ। ଏନେଇ ଖୋର୍ଦ୍ଧା ରେଞ୍ଜର ସତୀଶ ମିଶ୍ର କହିଛନ୍ତି ଯେ ସାପଟିକୁ ପ୍ରାୟ ୮ଟା ବେଳେ ଉଦ୍ଧାର କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସାପଟି ସଂପୂର୍ଣ୍ଣ ସୁସ୍ଥ ଥିଲା। ଏହାକୁ ବର୍ତମାନ ବରୁଣେଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷାରେ ଗ୍ରାମବାସୀଙ୍କ ଏଭଳି ଯୋଗଦାନ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe