Sambad
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ୨୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀର ଦୁର୍ଗା ମନ୍ଦିର କମ୍ୟୁନିଟ ହଲ ପାଇଁ ୩ ଲକ୍ଷ, କଦମଗୁଡା ପଞ୍ଚାୟତର ଆମଲିପୁଟ ଗ୍ରାମର ରାଧାକୃଷ୍ଣ ମନ୍ଦିରର ପାଚେରୀ ପାଇଁ ୩ ଲକ୍ଷ, ଲାଚେର ଗ୍ରାମର ବଣ୍ଡା କମ୍ୟୁନିଟି ହଲ ପାଇଁ ୫ ଲକ୍ଷ, ଖଇରପୁଟର ଶିବ କମ୍ୟୁନିଟି ହଲ ପାଇଁ ୩ ଲକ୍ଷ ଓ ସାଇ କମ୍ୟୁନିଟି ହଲ ପାଇଁ ୨ ଲକ୍ଷ, କୁଡୁମୁଲୁଗୁମ୍ମା ନୋଡାଲ ହାଇସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ୫ ଲକ୍ଷ, କୁଡୁମୁଲୁଗୁମ୍ମା ରାଜା ସାହିର କମ୍ୟୁନିଟି ହଲ ପାଇଁ ୫ ଲକ୍ଷ, ଗୋବିନ୍ଦପାଲୀ ପରଜା କମ୍ୟୁନିଟି ହଲ ପାଇଁ ୩ ଲକ୍ଷ ପ୍ରଦାନ କରିଛନ୍ତି।
ମାଲକାନଗିରି ଜିଲ୍ଲାର ବିକାଶ କ୍ଷେତ୍ରରେ ସାଂସଦଙ୍କ ଅବଦାନକୁ ଭୃୟସୀ ପ୍ରଶଂସା କରାଯାଇଛି। ବିଭିନ୍ନ ସମୟରେ ଜିଲ୍ଲାର ଉନ୍ନୟନ ଏବଂ ବିକାଶ କାର୍ଯ୍ୟକୁ ତରାନ୍ବିତ ରକିବା ପାଇଁ ସାଂସଦ ସର୍ବଦା ଚେଷ୍ଟିତ ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକରେ ସାଂସଦଙ୍କ ପାଣ୍ଠିରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଆସୁଛି। ଏଭଳି ସହଯୋଗ ଆଗାମୀ ଦିନରେ ମଧ୍ୟ ଜିଲ୍ଲାବାସୀ ସାଂସଦ କରିବେ ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି।
Follow Us