ଦକ୍ଷତା ବିକାଶ କେନ୍ଦ୍ରର ସଫଳତା, ତାମିଲନାଡୁରେ ରୋଜଗାର ପାଇଲେ ୨୧ ଯୁବକଯୁବତୀ

Advertisment
ଦକ୍ଷତା ବିକାଶ କେନ୍ଦ୍ରର ସଫଳତା, ତାମିଲନାଡୁରେ ରୋଜଗାର ପାଇଲେ ୨୧ ଯୁବକଯୁବତୀ

Sambad

ମାଲକାନଗିରି: ରୋଜଗାର କରି ନିଜ ଗୋଡ଼ରେ ଛିଡା ହୋଇ ଆତ୍ମ ସ୍ୱାଭିମାନର ସହିତ ବଞ୍ଚିବା ପାଈଁ ସୁନ୍ଦର ସ୍ବପ୍ନ ସମସ୍ତେ ଦେଖନ୍ତି। କିନ୍ତୁ ଯେଉଁ ଯୁବକ ଯୁବତୀ ମାନେ ବେକାର ରହି ଯାଉଛନ୍ତି ସେମାନଙ୍କୁ କର୍ମ ନିଯୁକ୍ତି ଦେବାପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ  ଜିଲ୍ଲା ନିଯୁକ୍ତି ଅନୁଷ୍ଠାନ ମାଧ୍ୟମରେ ଜିଲାରେ ଦକ୍ଷତା ବିକାଶ କେନ୍ଦ୍ର ଦ୍ୱାରା ବେକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ଶିକ୍ଷା ପ୍ରଦାନକାରୀ ସଂସ୍ଥା ଯଥା ଗ୍ରାମ ତରଙ୍ଗ, ଏଡୁ ଜଇନ୍, ଉପାସନା ଏବଂ କୱେସର ସହଯୋଗ ମାଧ୍ୟମରେ ସମସ୍ତଙ୍କୁ ରୋଜଗାରକ୍ଷମକରି ଉଦାହରଣ ସୃଷ୍ଟି କରିପାରିଛି।

publive-image Sambad

ଗୌଡଗୁଡା ପଞ୍ଚାୟତ ନିକଟସ୍ଥ  ଦକ୍ଷତା ବିକାଶ କେନ୍ଦ୍ରର ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳ ମୁକୁନ୍ଦ ଭୂୟାଁ ଏବଂ ନିୟୋଜନ ଅଧିକାରୀ ଯୋଗଦାନ କରି ସମସ୍ତ ଶିକ୍ଷା ଗ୍ରହଣ କରୁଥିବା ଯୁବକ ଯୁବତୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ନିଜର ଦକ୍ଷତା ବୃଦ୍ଧି ବିକାଶରେ ପ୍ରେରଣା ଯୋଗାଇ ଥିଲେ। ଏଥିସହ ତାମିଲନାଡୁରେ ନୂତନ ଭାବରେ ନିଜର କର୍ମ ନିଯୁକ୍ତି ପାଇଥିବା ସମସ୍ତ ୨୧ ଜଣ ଯୁବକ ଯୁବତୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe