ରାୟଗଡ଼ାକୁ ଫେରିଲା କରୋନା, ଦିନକରେ ୨୨ ସଂକ୍ରମିତ

ସବୁ ଜିଲ୍ଲାରେ ସଂକ୍ରମଣ ଶହେ ତଳେ, ଦିନକରେ ୩୪୨ ପଜିଟିଭ୍, ୯ ମୃତ

Outlook India

ରାୟଗଡ଼ା: ରାୟଗଡ଼ାକୁ ଫେରିଛି କରୋନା। ବଢ଼ିବାରେ ଲାଗିଛି ସଂକ୍ରମଣ। କରୋନା ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ୨ ମାସ ବ୍ୟବଧାନରେ ଆଜି ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଦିନକରେ ଜିଲ୍ଲାରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଘରୋଇ ବୈଷୟିକ ବିଦ୍ୟାଳୟର ୨ ଛାତ୍ରଙ୍କ ସମେତ କର୍ମଚାରୀଙ୍କୁ ମିଶାଇ ୫ ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ବଢ଼ିବା ପରେ ପ୍ରଶାସନ କୋଭିଡ଼୍ କଟକଣାକୁ କଡାକଡି କରିବା ସହ ନିୟମିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ସଚେତନ କରୁଛି। ଘରୋଇ ବୈଷୟିକ ଛାତ୍ରାବାସରୁ ୨ ଜଣ ପଜିଟିଭ୍ ଚିହ୍ନଟ ପରେ ଛାତ୍ରାବାସକୁ ସାନିଟାଇଜ୍ କରାଯାଇ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଆକ୍ରାନ୍ତ ଚିହ୍ନଟ ପରେ ବିନା ଅନୁମତିରେ ଛାତ୍ରାବାସକୁ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। ଛାତ୍ରାବାସକୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସ୍ବାବ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିର୍ଦେଶରେ କୋଲନରା ବିଡିଓ ତାପସ ଭୋଇ, ତହସିଲଦାର ମାନସୀ ନାୟକଙ୍କୁ କଣ୍ଟେନମେଣ୍ଟ୍ ଜୋନ୍ ଦାୟିତ୍ବ ପ୍ରଦାନ କରାଯାଇଛି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡ଼ା ସହରରୁ ୭, କାଶୀପୁର ବ୍ଲକରୁ ୭, ରାୟଗଡ଼ା ଗ୍ରାମାଞ୍ଚଳରୁ ଜଣେ, ବିଷମକଟକରୁ ୨, ଗୁଡାରିରୁ ଜଣେ, ଗୁଣପୁର ଗ୍ରାମାଞ୍ଚଳରୁ ଜଣେ, ମୁନିଗୁଡ଼ାରୁ ୨ ଜଣ ରହିଛନ୍ତି। ଜଣେ କରୋନା ଯୋଦ୍ଧା ସଂକ୍ରମଣର ଶିକାର ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୧ ଜଣ ପଜେଟିଭ ହୋଇଛନ୍ତି। ଜଣେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରଶାସନ ହାସଲ କରିଛି। ୧୩ ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଜିଲ୍ଲାରୁ ୨୦ ହଜାର ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ହଜାର ୫୪ ସୁସ୍ଥ ହୋଇଥିବା ବେଳେ ୧୬୯ ଜଣଙ୍କ ମୃତ୍ୟୁ ହୋଇଛି। ୫୯ ଜଣଙ୍କ ଚିକିତ୍ସା ଚାଲିଛି। ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ, ଘରୋଇ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦେଶନାମା ଜାରି କରିଛନ୍ତି। କେବଳ ନର୍ସିଂ ଓ ମେଡ଼ିକାଲ୍ କଲେଜ ଖୋଲିବାକୁ ଅନୁମତି ମିଳିଛି। ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅନଲାଇନରେ ଶିକ୍ଷା ପ୍ରଦାନ କରିବା ପାଇଁ ନିର୍ଦେଶ ହୋଇଛି। ସେହିପରି ବାଣିଜ୍ୟ ପ୍ରତିଷ୍ଠାନ, ସପିଂ ମଲ୍ ଗୁଡ଼ିକରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼୍ କଟକଣାକୁ କଡାକଡି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe