ଖେଳଣା ପିସ୍ତଲ ଦେଖାଇ ଲୁଟ୍‌: ୨ ଗିରଫ

Advertisment

ଖେଳଣା ପିସ୍ତଲ, ସ୍କୁଟି ଜବତ

ଖେଳଣା ପିସ୍ତଲ, ସ୍କୁଟି ଜବତ

ଖେଳଣା ପିସ୍ତଲ ଦେଖାଇ ଲୁଟ୍‌: ୨ ଗିରଫ

ରାଉରକେଲା: ଖେଳଣା ପିସ୍ତଲ ଦେଖାଇ ଗାଡି ଲୁଟ୍‌ ଘଟଣାରେ ରଘୁନାଥପାଲୀ ପୁଲିସ ଦୁଇ ଲୁଟେରାକୁ ଗିରଫ କରିଛି। ସେମାନେ ହେଲେ ରାଜଗାଙ୍ଗପୁର ଭଗତଟୋଲାର ସୁଜିତ ଭେଙ୍ଗରା (୨୩), ରାଜଗାଙ୍ଗପୁର ଇଦ୍‌ଗା ମୋହଲ୍ଲାର ରାଜଭର। ଏମାନଙ୍କ ନିକଟରୁ ପୁଲିସ ଲୁଟ୍‌ ସ୍କୁଟି (ଓଡି୧୪କ୍ୟୁ-୧୨୭୭), ପ୍ଲାଷ୍ଟିକ ଖେଳଣା ପିସ୍ତଲ ଜବତ ହୋଇଛି। ଦୁହିଁଙ୍କ ନାଁରେ ରାଜଗାଙ୍ଗପୁର ଥାନାରେ ଅପରାଧିକ ମାମଲା ରହିଛି। ପାନପୋଷ ବସ୍ତି ଲାଟୁମିଆ ଗଳି ରାମ ମନ୍ଦିର ନିକଟରେ ମୁରଲୀଧର ପଟେଲ ରହନ୍ତି।

ଗତ ୮ ତାରିଖ ଅପରାହ୍ନରେ ସେ ସ୍କୁଟିରେ ପାନପୋଷ ଛକରୁ ଦେଓଗାଁ ଆଡକୁ ଯାଉଥିଲେ। ବାଲୁଘାଟ ଛକ ନିକଟରେ ଗିରଫ ଦୁଇ ଚୋର କଳା ମୋଟର ବାଇକ୍‌ ଆସି ମୁରଲୀଙ୍କୁ ଅଟକାଇଥିଲେ। ଦୁହିଁଙ୍କ ମଧ୍ୟରୁ ଜଣେ ପକେଟରୁ ଅସଲି ପରି ଦେଖାଯାଉଥିବା ଖେଳଣା ପିସ୍ତଲ ଦେଖାଇ ଧମକ ଚମକ ଦେଇଥିଲେ। ଘଟଣାସ୍ଥଳରୁ ତାଙ୍କ ସ୍କୁଟି ଲୁଟ୍‌ କରି ଚମ୍ପଟ ମାରିଥିଲେ। ମୁରଲୀ ପରଦିନ ଏ ସଂକ୍ରାନ୍ତରେ ରଘୁନାଥପାଲୀ ଥାନାରେ ଲିଖିତ ଏତଲା ଦେଇଥିଲେ। ମୁରଲୀଙ୍କ ଏତଲା ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ଲୁଟେରାକୁ ଗିରଫ କରିଥିଲେ। ଏମାନଙ୍କ ଗ୍ୟାଙ୍ଗରେ ଅନ୍ୟକେଉଁମାନେ ଅଛନ୍ତି ପୁଲିସ ତା’ର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe