କଟକ ବଡ଼ଡାକ୍ତରଖାନାରୁ ୨ ଦଲାଲ ଗିରଫ

Advertisment
କଟକ ବଡ଼ଡାକ୍ତରଖାନାରୁ ୨ ଦଲାଲ ଗିରଫ

କଟକ: ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ଡାକ୍ତରଖାନ ପରିସରରୁ ଗୁରୁବାର ୨ ଜଣ ଦଲାଲଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁନୀଲ କୁମାର ନାୟକ ଓ ମହମ୍ମଦ ମୁସ୍ତାକିନ୍‌। ଉଭୟ ସୁନୀଲ ଓ ମୁସ୍ତାକିନ୍‌ କାଜୁଆଲଟି ବିଭାଗରୁ ରୋଗୀମାନଙ୍କୁ କମ୍‌ ଚିକିତ୍ସାରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ କହି ଘରୋଇ ହସ୍‌ପିଟାଲ ନେଇଯାଉଥିଲେ। ଏହି କାମ କରି ସେମାନେ ଭଲ ଟଙ୍କା ରୋଜଗାର କରୁଥିଲେ।

ସୂଚନା ଅନୁସାରେ ଏସ୍‌ସିବିକୁ ଆସୁଥିବା ରୋଗୀମାନଙ୍କୁ ବିଭିନ୍ନ ପ୍ରକାରର ଲୋଭନୀୟ କଥା କହି କଟକ ଜିଲ୍ଲାର ମଙ୍ଗଳବାଗ ଥାନା ଅଂଚଳର ପିଏଚ୍‌ଡି କ୍ୱାର୍ଟର ନଂ-୧ ନିବାସୀ ଲୋକନାଥ ନାୟକଙ୍କ ପୁଅ ସୁନୀଲ କୁମାର (୨୪) ଓ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅନ୍ତର୍ଗତ ସୁବାସ ନଗର ନିବାସୀ ସ୍ୱର୍ଗ ୟାସୁଦ୍ଦୀନଙ୍କ ପୁଅ ମହମ୍ମଦ ମୁସ୍ତାକିନ୍‌ (୨୪) ଘରୋଇ ହସ୍‌ପିଟାଲକୁ ନେଇ ଯାଉଥିଲେ। ଏହି କାମ କରି ଉଭୟ ଦଲାଲ ଭଲ ଟଙ୍କା ରୋଜଗାର କରୁଥିଲେ। ମଙ୍ଗଳବାଗ ଥାନା ପୁଲିସ ଏହି ବେଆଇନ କାମ ସଂପର୍କରେ ସୂଚନା ପାଇବା ପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ସନୀଲ ଓ ମୁସ୍ତାକିନଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe