କେନ୍ଦୁଝର: ସ୍ୱାମୀ ଥିଲା ମଦ ପିଇ ମାତାଲ, ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ ବେଳେ ମୋବାଇଲରେ ଉଠାଇଲା ଫଟୋ!

କେନ୍ଦୁଝର: ସ୍ୱାମୀ ଥିଲା ମଦ ପିଇ ମାତାଲ, ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ ବେଳେ ମୋବାଇଲରେ ଉଠାଇଲା ଫଟୋ!

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଘଷିପୁରା ଥାନା ଅଂଚଳରେ ଶୁକ୍ରବାର ରାତି ଏକ ଲଜ୍ଜାଜନକ ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଜଣେ ମହିଳାଙ୍କୁ ତା’ର ସ୍ୱାମୀ ଆଗରେ ଦୁଷ୍କର୍ମ କରାଯାଇଛି। ଅନ୍ୟପକ୍ଷରେ ଘଟଣାକୁ ବିରୋଧ ନ କରି ମହିଳାଙ୍କର ସ୍ୱାମୀ ଭିଡ଼ିଓ ରେକଡିଂ କରିବାରେ ବ୍ୟସ୍ତ ଥିଲେ ବୋଲି ମହିଳା ଜଣକ ପୁଲିସକୁ କହିଛନ୍ତି।

ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲାର କରଂଜିଆ ଅଂଚଳର ଜଣେ ଯୁବକ ଓ ତା’ର ସ୍ତ୍ରୀ ଯାଜପୁର ଅଂଚଳରେ ଶ୍ରମିକ କାମ କରିବାକୁ ବସ୍‌ରେ ଆସିଥିଲେ। ସାଥିରେ ଯୁବକଙ୍କର ମାମୁଁ ପୁଅ ମଧ୍ୟ ଥିଲେ। ଶୁକ୍ରବାର ରାତି ପାଖାପାଖି ୯ଟା ହେବ ସେମାନେ ଘଷିପୁରା ଥାନା ଅନ୍ତର୍ଗତ କୋଳିମାଟିରେ ବସ୍‌ରୁ ଓହ୍ଲାଇଥିଲେ। ବସ୍‌ରୁ ଓହ୍ଲାଇବା ପରେ ଦୁଇ ଜଣ ଯୁବକ ମଦ ପିଇଥିଲେ। ମଦ ପିଇବା ପରେ ଯୁବକଙ୍କର ମାମୁଁ ପୁଅ ଭାଇ ତା’ ନିଜ ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ଏହି ସମୟରେ ନିଜ ସ୍ତ୍ରୀଙ୍କ ବିରୋଧରେ ହେଉଥିବା କାମକୁ ବିରୋଧ ନକରି ସ୍ୱାମୀ ଭିଡିଓ ରେକଡିଂ କରିଥିଲା। ପରିବାର ଲୋକଙ୍କୁ ଭିଡ଼ିଓ ଦେଖାଇବା ଉଦ୍ଦେଶ୍ୟରେ ସେ ଏହି କାମ କରିଥିଲା।

ଘଟଣା ସମୟରେ ପାଟିତୁଣ୍ଡ ହେବାରୁ ସ୍ଥାନୀୟ ଅଂଚଳର ଲୋକେ ଘଟଣାସ୍ଥଳରେ ପହଂଚି ୨ ଯୁବକକୁ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ୨ ଜଣକୁ କାବୁ କରିବା ପରେ ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ଆନନ୍ଦପୁର ହସ୍‌ପିଟାଲ ପଠାଇଛି। ମହିଳାଙ୍କ ଅଭିଯୋଗ କ୍ରମେ ୨ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe