ଅବକାରୀ ଚଢ଼ଉ: ଦୁଇ ଗିରଫ, ଦୁଇ ବାଇକ ଜବତ

Advertisment
ଅବକାରୀ ଚଢ଼ଉ: ଦୁଇ ଗିରଫ, ଦୁଇ ବାଇକ ଜବତ

Sambad

ବୈପାରିଗୁଡା: ବୈପାରିଗୁଡା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଦୁଇ ଜଣକୁ ଗିରଫ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଏବଂ ସଲ୍ପ ସହ ଦୁଇ ବାଇକ ଜବତ କରାଯାଇଛି। ରବିବାର ସକାଳ ୯ଟା ସମୟରେ ବୈପାରିଗୁଡା ଥାନା ଅନ୍ତର୍ଗତ ଚିପାକୁର ପଞ୍ଚାୟତରେ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ କଲଥଯୋଡି ରାସ୍ତାରେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳର ନିତଲଗଣ୍ଡି ଗ୍ରାମର ଖଗ ପେଦା (୨୮) ଏକ ବାଇକ ଯୋଗେ ୫୦ ଲିଟର ସଲପି ନେଇ ବୈପାରିଗୁଡା ଅଞ୍ଚଳରେ ବିକ୍ରି ଉଦ୍ଦେଶ୍ୟରେ ଆସୁଥିବା ବେଳେ ଜବତ କରିବା ସହ ଗିରଫ କରାଯାଇଥିଲା।

ସେହିପରି ବୈପାରିଗୁଡା ଥାନା ଅଞ୍ଚଳର ସଙ୍ଗମଗୁଡାର ଲବ ସାଉନ୍ତା (୬୦) କଲଥଯୋଡି ରାସ୍ତା ଦେଇ ଏକ ଟିଭିଏସ୍ ଏକ୍ସ୍ଏଲ୍ ବାଇକ ଯୋଗେ ୧୫ ଲିଟର ଦେଶୀ ମଦ ଚୋରାଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ଚଢ଼ଉ କରି ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଚୋରାରେ ଦେଶୀ ମଦ ଚାଲାଣ କରାଯାଉଥିବା ଖବର ପାଇ ବୈପାରିଗୁଡା ଅବକାରୀ ଓଆଇସି ଶରତ ଚନ୍ଦ୍ର ବାରିକ ନେତୃତ୍ବରେ ଏହି ଚଢ଼ଉ କରାଯାଇଥିଲା। ଏଥିରେ ଏଏସ୍ଆଇ ସୁମନ୍ତ କୁମାର ମାଝୀ ଏବଂ କନେଷ୍ଟବଳ ରଘୁନାଥ ସାଉନ୍ତା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe