ଅଙ୍ଗନବାଡ଼ି ଘରୁ ଲୁଟ ମାମଲାରେ ଜେଲ ଗଲେ ଦୁଇ ଯୁବକ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଆଜି ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲାଭାଙ୍ଗି ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଲୁଟ ମାମଲାରେ ଦୁଇ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଣାଣ କରିଛି। ଲୁଟେରା ଦ୍ବୟ ହେଲେ ରାମଚନ୍ଦ୍ରପୁର ଗ୍ରାମର ସଂଗ୍ରାମ ଭୋଇ (୨୭) ଓ ଜିତିକାଲ ସୁଆଁଲୋ ଗ୍ରାମର ରଘୁନାଥ ଭୋଇ(୨୮)। ତେବେ କୋର୍ଟରେ ଉଭୟ ସଂଗ୍ରାମ ଓ ରଘୁନାଥଙ୍କ ଜାମିନ ନାମଞ୍ଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁସାରେ ଗତ ୧୪ ତାରିଖ ଓ ୨୪ ତାରିଖ ବିଳମ୍ବିତ ରାତିରେ ଯଥାକ୍ରମେ ଜିତିକାଲସୁଆଁଲୋ ଓ କୁଳସାହି ଅଙ୍ଗନବାଡ଼ି କେନ୍ଦ୍ର ଷ୍ଟୋରରୁମ ତାଲାଭାଙ୍ଗି ଗ୍ୟାସ ସିଲିଣ୍ଡର ସମେତ ଛତୁଆ ପ୍ୟାକେଟ, ଚାଉଳ ବସ୍ତା, ଡାଳିବସ୍ତା ଏବଂ ତେଲ ପ୍ୟାକେଟ ଆଦି ଚୋରିଯାଇଥିଲା।

ଅଙ୍ଗନବାଡ଼ି ତାଲାଭାଙ୍ଗି ଉପରୋକ୍ତ ମୂଲ୍ୟବାନ ସାମଗ୍ରୀ ଚୋରିଯାଇଥିବା ନେଇ ଦାୟିତ୍ବରେ ଥିବା ଅଙ୍ଗନବାଡ଼ି କର୍ମୀ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କୌଣସି ସୂତ୍ରରୁ ଖବର ବାଇ ଗତକାଲି ଦୁହିଁଙ୍କୁ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିଛି। ତେବେ ଏହି ଚୋରି କାର୍ଯ୍ୟରେ ବ୍ୟବହୃତ ବାଇକ ଓ ଚାରିଚକିଆ ଗାଡ଼ିକୁ ପୁଲିସ ଏଯାଏ ଜବତ କରିପାରି ନଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe