୧୦ ବାଇକ ଜବତ, ୨ ଲୁଟେରା ଗିରଫ

Advertisment
୧୦ ବାଇକ ଜବତ, ୨ ଲୁଟେରା ଗିରଫ

Sambad

ଭଦ୍ରକ: ଭଦ୍ରକରେ ବାଇକ ଲୁଟେରାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ଭଦ୍ରକ ଗ୍ରାମଞ୍ଚକ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୦ ଗୋଟି ଚୋରି ବାଇକ ଜବତ କରିବା ସହିତ ୨ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିଛି। ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗତ ଜୁନ ୨୨ ତାରିଖ ଦିନ ଭଦ୍ରକ ଗ୍ରାମଞ୍ଚଳ ଥାନା ସାମରାଇପୁର କଲ୍ୟାଣନଗର ଅଞ୍ଚଳର ଅଜୟ ମଲ୍ଲିକ ନାମକ ଜଣେ ଯୁବକଙ୍କ ବାଇକ ଚୋରି ନେଇ ଭଦ୍ରକ ଗ୍ରାମଞ୍ଚଳ ଥାନାରେ ଏକ ଏତଲା ହୋଇଥିଲା। ଏହି ଏତଲାକୁ ଭିତ୍ତିକରି ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲା।

publive-image Sambad

ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଭଦ୍ରକ ରେଲୱେ କଲୋନୀରେ ରହିଥିବା ମୟୁରଭଞ୍ଜ ଜିଲ୍ଲା ଭଦ୍ରାସାହି ଥାନା କୁରୁଡ଼ିଆ ଗ୍ରାମର ରଞ୍ଜନ ପାତ୍ର(୨୬) ଏବଂ ଭଦ୍ରକ ଗ୍ରାମଞ୍ଚଳ ଥାନା ଗେଲପୁର ଅଞ୍ଚଳର କୁନି ପୁଅ ଓରଫ ବିଜୟ ଜେନାଙ୍କୁ ଗିରଫ କରିବା ସହ ସେମାନଙ୍କ ତଥ୍ୟକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ ୧୦ଟି ଚୋରି ମଟରସାଇକେଲ ଜବତ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ବିରୁଧରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe