Sambad
ଭଦ୍ରକ: ଭଦ୍ରକର ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିରୀକ୍ଷକ ସୁଶ୍ରୀ ସଙ୍ଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଉପ-ନିରୀକ୍ଷକ ରବି ବେହେରାଙ୍କ ନେତୃତ୍ବରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦେଓପଦା ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କେଉଁଝର ଜିଲ୍ଲାରୁ ଛତାବର ବଜାର ଆଡ଼କୁ ଆସୁଥିବା ଗୋଟିଏ ଟାଟା ଜେଷ୍ଟ କାର (ଓଡି-୩୪ଡି-୯୯୭୭) ମଧ୍ୟରୁ ୪ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଯାଜପୁର ଟାଉନ ଥାନା ଅନ୍ତର୍ଗତ ଅଲାଇପଡ଼ା ଗ୍ରାମର ମାଧବ ଜେନା ଓ ମଟରଙ୍ଗାପାଳ ଗ୍ରାମର ପ୍ରଦୀପ କୁମାର ଦାସଙ୍କୁ ଗିରଫ କରାଯାଇଛି।
ଜବତ ହୋଇଥିବା ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ଉରେ ଏ.ଏସ୍.ଆଇ ରଶ୍ମିରେଖା ଜେନା, କନେଷ୍ଟବଳ ସୁବାଶିଷ ରାଉତ, ମିଥୁନ ଜେନା, ଅଜୟ କୁମାର ଦାସ, ବିଭୂପ୍ରସାଦ ମଲ୍ଲିକ ପ୍ରଭୃତି ସାମିଲ ଥିଲେ। ଏନେଇ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ପକ୍ଷରୁ କେସ ନଂ: ୨୪୨/୨୩-୨୪ ମୂଳେ ମାମଲା ରୁଜ୍ଜୁ କରାଯାଇଛି। ସେହିପରି ଭଦ୍ରକ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି।
Follow Us