ଅନ୍ତଃଜିଲ୍ଲା ବାଇକ ଚୋର ରାକେଟ୍‌ ଠାବ, ୨ ଗିରଫ, ୧୬ ବାଇକ ଜବତ

ଅନ୍ତଃଜିଲ୍ଲା ବାଇକ ଚୋର ରାକେଟ୍‌ ଠାବ, ୨ ଗିରଫ, ୧୬ ବାଇକ ଜବତ

Sambad

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ କବଜ୍ଜାରେ ପଡ଼ିଛନ୍ତି ଅନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି। ସେମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଗ୍ରାମର ଗୁଲାମ ହସନ୍‌ ଖାନ୍‌ ଓରଫ ପପୁ ଓ ଲୋଚାପଡ଼ା ବାସୁଦେବ ନଗରର ଲିଲୁ ବେହେରା ଓରଫ ଇଲୁ ବୋଲି ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି। ପପୁ ବର୍ତ୍ତମାନ ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ରହୁଛି। ଏମାନଙ୍କ ନିକଟରୁ ମୋଟ ୧୬ଟି ଚୋରି ବାଇକ ଜବତ କରାଯାଇଛି। ସଦର ଥାନା କେସ ନମ୍ବର ୧୦/୨୨ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସଦର ଥାନା ପୁଲିସର ଏକ ଟିମ ଗତକାଲି ଲୋଚାପଡ଼ାରେ ବ୍ଲକିଂ କରି ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ଏକ ଅପାଚି ବାଇକରେ ଆସୁଥିବା ପପୁ ଓ ଇଲୁକୁ ପୁଲିସ ଅଟକାଇ ଥିଲା। ପୁଲିସ ସେମାନଙ୍କ ବାଇକ ନମ୍ବର ଯାଞ୍ଚ କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏଣୁ ସେହି ବାଇକଟି ଚୋରି ଗାଡ଼ି ବୋଲି ପୁଲିସର ସନ୍ଦେହ ହୋଇଥିଲା।

publive-image Sambad

ପୁଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ଭୁବନେଶ୍ବରରୁ ବାଇକ ଚୋରି କରିଥିବା ସ୍ବୀକାର କରିଥିଲେ। ଅଧିକ ଜେରା ପରେ ସେମାନେ ବିଭିନ୍ନ ସ୍ଥାନରୁ ଏଭଳି ବାଇକ ଚୋରି କରିଥିବା କହିଥିଲେ। ଗୋପାଳପୁର ଥାନା ଗୋଳାବନ୍ଧ ନିକଟରେ ଥିବା ଏକ ଗ୍ୟାରେଜରେ ଚୋରି ବାଇକ ରଖିଥିବା ସେମାନେ କହିଥିଲେ। ପୁଲିସ ସେଠାରେ ଚଢ଼ାଉ କରି ମୋଟ ୧୫ଟି ଚୋରି ବାଇକ ଉଦ୍ଧାର କରିଥିଲା। ତାହା ବିଭିନ୍ନ ଅଞ୍ଚଳରୁ ଚୋରି କରି ସେଠାରେ ବିକ୍ରି ପାଇଁ ଗଚ୍ଛିତ ରଖାଯାଇଥିବା ତଦନ୍ତରେ ଜଣାପଡ଼ିଛି। ପପୁ ଗୋଳାବନ୍ଧରେ ରହୁଥିବା ବେଳେ ସେଠାରେ ଏକ ଗ୍ୟାରେଜ କରି ବାଇକ ଲୁଚାଇ ରଖିଥିଲା। ଏହି ବାଇକ ଚୋରି ରାକେଟ ପଛରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ଅଧିକାଂଶ ବାଇକ ଭୁବନେଶ୍ବରରୁ ଚୋରି କରାଯାଇଥିବା ତଦନ୍ତରେ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe