ବିପୁଳ ପରିମାଣରେ ମଦ ଜବତ, ୨ ଗିରଫ

ବିପୁଳ ପରିମାଣରେ ମଦ ଜବତ, ୨ ଗିରଫ

ବୈପାରୀଗୁଡ଼ା: କୋରାପୁଟ ଜିଲ୍ଲା ବୈପାରୀଗୁଡା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିବା ବେଳେ ବିପୁଳ ପରିମାଣର ମଦ ନଷ୍ଟ କରାଯିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାଟି ଆଜି ଅପରାହ୍ନରେ ବୈପାରୀଗୁଡା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ, ଖରାଗୁଡା ଏବଂ ହରିଗୁଡା ଠାରେ ଦେଖିବାକୁ ମିଳିଛି। ବିଶେଷ ସୂତ୍ରରୁ ଚୋରାରେ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ଅବକାରୀ ବିଭାଗ, ସ୍ଥାନୀୟ ପୁଲିସ ଏବଂ କୋରାପୁଟ ମୋବାଇଲ ସ୍କ୍ଵାର୍ଡର ମିଳିତ ଚଢ଼ଉ କରାଯାଇଛି। ମୋଟ ୩ ଟି ସ୍ଥାନରେ ଚଢ଼ଉ କରାଯାଇଥିବା ବେଳେ ମୋଟ ୨୦୦୦ ଲିଟର ମହୁଲ ପୋଚ ଏବଂ ୩୦୦ ଲିଟର ମଦ ଜବତ କରାବା ସହ ନଷ୍ଟ କରାଯାଇଥିବା ବେଳେ ଦୁଇ ଜଣକୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ମଧ୍ୟରୁ ଜଣେ ଖରାଗୁଡା ଏବଂ ଅନ୍ୟ ଜଣେ ହରିଗୁଡାରୁ ବୋଲି ଜଣା ପଡିଛି। ଏହି ଚଢ଼ଉରେ ଅବକାରୀ ବିଭାଗର ଇନ୍‌ସପେକ୍ଟର ଦର୍ପଦଲ ବିଶ୍ୱାଳ, ସଞ୍ଜୟ କୁମାର କାଣ୍ଡି, ଖଗେଶ୍ୱର ଖଡା, ଏଏସ୍‌ଆଇ ରଶ୍ମି ରଞ୍ଜନ ନାୟକ, ବୈପାରିଗୁଡା ପୁଲିସ ଏଏସ୍‌ଆଇ ସନ୍ତୋଷ କୁମାର ପାତ୍ରଙ୍କ ସମେତ କୋରାପୁଟ ମୋବାଇଲ ସ୍କ୍ଵାର୍ଡ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe