୩୦ କେଜି ଗଞ୍ଜେଇ ଜବତ, ୨ ଗିରଫ

Advertisment
୩୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ରାଉରକେଲା: ଗଞ୍ଜେଇ ଚାଲାଣ କରୁଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଖଣ୍ଡଳମଣି ବସ୍ତି (ସେକ୍ଟର-୧)ର ପିଣ୍ଟୁ ନାୟକ (୩୫) ଓ ବରଟୋଲି(ବନ୍ଧମୁଣ୍ଡା)ର ବିବେକାନନ୍ଦ ମହାନ୍ତି(୨୨)। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ମୂଲ୍ୟର ୨୯ କେଜି ୫୮୫ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି। ଏହାସହ ପରିବହନରେ ନିୟୋଜିତ ମାରୁତି ଡି’ଜାୟାର୍‌ କାର(ଓଡି-୧୪-ଏକ୍ସ-୨୨୯୯) ମଧ୍ୟ ଜବତ ହୋଇଛି।

ଆଜି ପୂର୍ବାହ୍ନରେ ପିଣ୍ଟୁ ଓ ବିବେକାନନ୍ଦ ସେକ୍ଟର-୧ ଅଞ୍ଚଳରୁ ଏକ କାର୍‌ରେ ଗଞ୍ଜେଇ ନେଇ ଆସୁଥିଲେ। ଏନେଇ ଗୁପ୍ତ ସୂଚନା ପାଇ ପ୍ଲାଣ୍ଟସାଇଟ୍‌ ପୁଲିସ ନୟାବଜାର ଛକରେ ଜଗି ରହିଥିଲା। ଗଞ୍ଜେଇ ଭର୍ତ୍ତି କାର୍‌ ନୟାବଜାର ଛକରେ ପହଞ୍ଚିବାପରେ ପୁଲିସ ଘେରି ଯାଇ ଉଭୟଙ୍କୁ କାବୁ କରିନେଇଥିଲା। ଏମାନେ ନିର୍ଦ୍ଦିଷ୍ଟଭାବେ କେଉଁ ଅଞ୍ଚଳକୁ ବିକ୍ରି କରିବାକୁ ନେଉଥିଲେ ତାହା ସ୍ପଷ୍ଟ ହୋଇନି। ତେବେ ସମ୍ଭବତଃ ଉଭୟେ ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ପ୍ଲାଣ୍ଟ୍‌ସାଇଟ୍‌, ବନ୍ଧମୁଣ୍ଡା ଆଦି ଅଞ୍ଚଳକୁ ବିକ୍ରି କରିବାକୁ ଆଣୁଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe