୧୦ ପେଟି ମଦ ବୋଝେଇ ଅଟୋ ଜବତ, ୨ ଗିରଫ 

Advertisment
୧୦ ପେଟି ମଦ ବୋଝେଇ ଅଟୋ ଜବତ, ୨ ଗିରଫ 

ରାଉରକେଲା : ଲକ୍ଡାଉନ୍ ପ୍ରଥମ ଦିନରୁ ବଢ଼ି ଯାଇଛି ବିଦେଶୀ ମଦର କଳାବଜାର। ପୂର୍ବରୁ ଗଚ୍ଛିତ ରଖିଥିବା ବେପାରୀମାନେ ବଜାରରେ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରି ଦେଇଛନ୍ତି। ଗତକାଲି ରାତିରେ ପ୍ଲାଣ୍ଟସାଇଟ୍ ପୁଲିସ ପଟ୍ରୋଲିଂ ବେଳେ ୧୦ ପେଟି ବିଦଶେୀ ମଦ ବୋଝେଇ ଅଟୋ ଜବତ  କରିଥିଲା। ଏହି କାରବାରରେ ସମ୍ପୃକ୍ତ ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବନ୍ଧମୁଣ୍ଡା ଶୀତଳନଗରର ଅଶୋକ ଘୋଷ (୨୨), ପ୍ରମୋଦ ମଲାକାର (୪୬)। ଦୁହେଁ ଅଟୋ (ଓଡି୧୪ଡି-୫୮୩୧)ରେ ମଦ ବୋଝେଇ କରି ବନ୍ଧମୁଣ୍ଡା ଯାଉଥିବାବେଳେ ବିର୍ସା ମୁଣ୍ଡା ଛକ ନିକଟରେ ପୁଲିସ ହାବୁଡରେ ପଡିଥିଲେ।

publive-image

ଗତକାଲି ଅପରାହ୍ନରେ ପ୍ଲାଣ୍ଟସାଇଟ୍ ପୁଲିସ ପାୱାର ହାଉସ୍ ରୋଡ ଓ ଟ୍ରାଫିକ୍ ଗେଟ୍ରେ ପେଟ୍ରୋଲିଂ ବେଳେ ୩ ମଦ ବେପାରୀକୁ ଗିରଫ  କରିଥିଲା। ଗିରଫ ବେପାରୀମାନେ ହେଲେ  ଡିଏଭି ଲେନ୍ର ସୁମନ ପ୍ରଧାନ  ଓ ତାଙ୍କ ଭାଇ ରାଜେଶ ପ୍ରଧାନ। ଏମାନଙ୍କ ନିକଟରୁ  ମୋଟ ୯ ପେଟି ବିଦେଶୀ ମଦ ସହ ଦୁଇଟି ମୋଟରବାଇକ୍ ଓ ଗୋଟିଏ ସ୍କୁଟି ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe