୨୦୦ ବଣ୍ଡଲ୍‌ କେନ୍ଦୁପତ୍ର ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୨ ଗିରଫ

୨୦୦ ବଣ୍ଡଲ୍‌ କେନ୍ଦୁପତ୍ର ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୨ ଗିରଫ

ଦେବଗଡ଼: କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବେଳେ ମଙ୍ଗଳବାର ଦେବଗଡ଼ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨୦୦ ବସ୍ତା ବେଆଇନ କେନ୍ଦୁପତ୍ର ଓ ପିକ୍‌ଅପ୍ ଭ୍ୟାନ୍ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ଜମନକିରାରୁ ଏକ ପିକ୍‌ଅପ୍ ଭ୍ୟାନ(ଡବ୍ଲୁବି-୨୯-ବି-୩୬୪୦) ଯୋଗେ ପଶ୍ଚିମବଙ୍ଗକୁ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦେଶ କ୍ରମେ ଦେବଗଡ଼ ଫରେଷ୍ଟର ପ୍ରସନ୍ନ କୁମାର ସାହୁ, ତିଲେଇବଣି ଫରେଷ୍ଟର ସୁଧାଂଶୁ ବେହେରା, ଦେବଗଡ଼ ଫରେଷ୍ଟଗାର୍ଡ ଭୋଳେଶ୍ୱର ସାହୁ, ଅଶୋକ ପାନ୍ନା ପ୍ରମୁଖ ସ୍କ୍ୱାଡ୍‌ ସହ ଉକ୍ତ ପିକଅପ୍ ଭ୍ୟାନ୍‌କୁ ଜମନକରିରାରୁ ପିଛା କରିଥିଲେ। ଆଜି ଉକ୍ତ ପିକଅପ୍ ଭ୍ୟାନ୍‌ଟି ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ କୁରଡ ଗ୍ରାମ ନିକଟରେ ପହଞ୍ଚିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥରେ ବନ ବିଭାଗ କର୍ମଚାରୀମାନେ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ଗାଡ଼ି ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe