ଗରୁଜଙ୍ଗ ବିଲ ମଝିରୁ ମୃତଦେହ ଉଦ୍ଧାର ମାମଲା: ହତ୍ୟା ଅଭିଯୋଗରେ ଦୁଇ ଗିରଫ

ଅପରାଧ ଘଟଣାର ପୁନର୍ରଚନା କଲା ପୁଲିସ

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ପ୍ରେମିକ ଗିରଫ

Image Courtesy of Times Now

ଖୋର୍ଦ୍ଧା: ଚଳିତ ମାସ ୨୬ ତାରିଖ ସକାଳେ ଗୁରୁଜଙ୍ଗ ସୁଦର୍ଶନ ବିହାର କଲୋନୀ ନିକଟ ଏକ ଧାନ ବିଲ ମଧ୍ୟରୁ ଜ​ଣେ ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ମୃତଦେହର ମୁଣ୍ଡ ଓ ନାକରୁ ରକ୍ତ ଲାଗିଥିବାରୁ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଥିଲା। ଏହି ଘଟଣାରେ ମଙ୍ଗଳବାର ଦୁଇଜଣଙ୍କୁ ଗିରଫ କରାଯିବା ସହ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ ପୁଲିସ ଅଭିଯୁକ୍ତଙ୍କୁ ନେଇ ଘଟଣାର ପୁନର୍ରଚନା କରିଛି।

୨୬ ତାରିଖ ସକାଳେ ମଇଁଷି ଚରାଳୀ ବିଲ ମଝିରେ ମୃତଦେହ ଦେଖି ନିକଟସ୍ଥ ସାହି ଲୋକଙ୍କୁ ସୂଚିତ କରିଥିଲା। ଏହାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ତେବେ ପ୍ରଥମେ ମୃତଦେହର ପରିଚୟ ମିଳିନଥିବାରୁ ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ରଖାଯାଇଥିଲା। ପରେ ମୃତକ ଜଣକ ଗରୁଜଙ୍ଗ ଭୋଇ ସାହିର ପ୍ରଶାନ୍ତ ବେହେରା ବୋଲି ଜଣାପଡ଼ିଲା। ପ୍ରଶାନ୍ତ ଙ୍କ ବଡ଼ଭାଇ ତାଙ୍କୁ ବାବୁଲି ଓ ବବୁଲ ନାମକ ଦୁଇଜଣ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କ ନେତୃତ୍ବରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି​ ଶେଷରେ ଉଭୟଙ୍କୁ ଧରିଥିଲେ। ପଚରାଉଚୁରାରେ ଉଭୟେ ପୂର୍ବ ବିବାଦକୁ କେନ୍ଦ୍ର କରି ପଥରରେ ଛେଚି ହତ୍ୟା କରିଥିବା ସ୍ବୀକାର କରିଥିଲେ। ଆଜି ଫରେନ୍‌ସିକ୍‌ ଟିମ୍‌ର ଉପସ୍ଥିତିରେ ଅଭିଯୁକ୍ତ ଦ୍ବୟଙ୍କୁ ନେଇ ଘଟଣାର ପୁନର୍ରଚନା କରାଯାଇଛି ବୋଲି ଏସ୍‌ଡିପିଓ ଦିଲୀପ କୁମାର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe