ପିକ-ଅପ୍‌ ଭ୍ୟାନ୍‌ ସହ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ କପଡା ଜବତ, ଦୁଇ ଗିରଫ

ପିକ-ଅପ୍‌ ଭ୍ୟାନ୍‌ ସହ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ କପଡା ଜବତ, ଦୁଇ ଗିରଫ

ରାଉରକେଲା : ଲହୁଣୀପଡ଼ା ଥାନାରେ ଆଜି ବଣାଇଁ ଉପଖଣ୍ଡ ପୁଲିସ ଅଧିକାରୀ ସୌରଭ ଓତା ଆଜି ଏକ ସମ୍ବାଦିକ ସମ୍ମିଳନୀରେ କରି ଗତ ୨୦ ତାରିଖ ଦିନ ଲହୁଣିପଡ଼ା ଗ୍ରାମରୁ ମୁକେଶ ସାହା ନାଁରେ ଜଣେ ବ୍ୟବସାୟୀଙ୍କର ଘର ସମ୍ମୁଖରେ ପିକ-ଅପ୍ ଭ୍ୟାନ୍‌ରେ ୪ ଲକ୍ଷ ଟଙ୍କା ପାଖାପାଖି ବିକ୍ରି କରିବା ପାଇଁ ବିଭିନ୍ନ କପଡା ସାମଗ୍ରୀ ବୋଝେଇ କରି ରଖିଥିଲେ। ତେବେ ରାତିରେ ଘର ସମ୍ମୁଖରେ ଦୁର୍ବୁତ୍ତ ମାନେ ପିକ-ଅପ୍ ଭ୍ୟାନ ସହ ବୋଝେଇ ହୋଇଥିବା ଜାକେଟ, ବ୍ୟାଗ୍ ସୁଇଟର, ବ୍ଲାଙ୍କେଟ୍ ଆଦି ସାମଗ୍ରୀ ଚୋରି କରି ନେଇ ପଲାଇଥିଲେ।

ଏବିଷୟରେ ମୁକେଶ ସାହା ୨୧ ତାରିଖ ଦିନ ଲହୁଣିପଡ଼ା ଥାନା ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ପରେ ଦୁଇଜଣ ଯୁବକଙ୍କୁ ଏହି ପିକ-ଅପ୍ ଭ୍ୟାନ ସହିତ ୩ ଲକ୍ଷ ଟଙ୍କା ବିଭିନ୍ନ ସାମଗ୍ରୀ ଜବତ କରିଥିଲେ। ଗିରଫ ଅଭିଯୁକ୍ତ ହେଲେ ଗଣେଶ ସାହା (୩୨) ଓ ମହମ୍ମଦ ସୁଫିଆନ (୨୪)। ଏମାନଙ୍କ ଘର ବିଶ୍ର ଥାନା ଅଞ୍ଚଳର ଆଗରୁ ବହୁ ଥାନାରେ ଚୋରି ଅଭିଯୋଗ ରହିଥିବା ବେଳେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe