ଏସଟିଏଫ୍‌ ଚଢ଼ଉ; ବାଘଛାଲ ଜବତ, ୨ ଗିରଫ

Advertisment
ଏସଟିଏଫ୍‌ ଚଢ଼ଉ; ବାଘଛାଲ ଜବତ, ୨ ଗିରଫ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା‌ ଅନ୍ତର୍ଗତ ବଣେଇ ଛକରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ଟିମ ଚଢଉ କରି କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଏକ ଚିତା ବାଘ ଶିକାର କରାଯାଇଥିବାବେଳେ ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲୁଥିବା ବାବଦରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସୋମବାର ଏସ୍‌ଟିଏଫ୍‌ ଡିଏସ୍‌ପି ପ୍ରବୀଣ ତ୍ରିପାଠୀ ଏବଂ ଏସ୍‌ଆଇ ତୃପ୍ତି ରଞ୍ଜନ ଦାସଙ୍କ ନେତୃତ୍ୱରେ ଚଢଉ କରାଯାଇଥିଲା।  ଗିରଫ ଦୁଇ ଜଣେ ହେଲେ ସୋମନାଥ ପାତ୍ର, ରାଜୀବ ଲୋଚନ ପାତ୍ର। ଉଭୟଙ୍କ ଘର ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସାଲୋହି ଗାଁରେ ବୋଲି ଜଣାପଡ଼ିଛି। ସୋମନାଥ ଓ ରାଜୀବଙ୍କ ନିକଟରୁ ବାଘ ଛାଲ ସହିତ ଚମଡ଼ା, ଦାନ୍ତ, ନିଶ, ନଖ ଓ ପଞ୍ଝା ଜବତ କରାଯାଇଛି।

publive-image

ଏସଟିଏଫ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ଅଭିଯୁକ୍ତ ଦ୍ୱୟ ବାଘ ଶିକାର କରିଥିବା ସ୍ୱୀକାର କରିଥିଲେ। ଏହାର ଚେର ଅନ୍ୟ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଏହି ମାମଲାରେ ଏସଟିଏଫ ପକ୍ଷରୁ ଆଗକୁ ଆହୁରି ଚଢ଼ଉ କରାଯିବାର ସମ୍ଭାବନା ରହିଛି। ଗିରଫ ପରେ ସେମାନଙ୍କୁ ଦେବଗଡ ଏସ୍‌ଡିଜିଏମଙ୍କ କୋର୍ଟକୁ ଚାଲାଣ କରାଯାଇଛି। ଜବତ ବାଘଛାଲକୁ ରସାୟନିକ ପରୀକ୍ଷା ପାଇଁ ଡେରାଡୁନ୍‌ ପଠାଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି।

ଏଠାରେ ସୂଚନାଯୋଗ୍ୟ, ଗତ ୨୦୧୯ ଜୁନ ୧୯ରେ ବାରକୋଟ ଥାନା ଅଞ୍ଚଳରୁ କ୍ରାଇମ ବ୍ରାଞ୍ଚ୍‌ ସ୍ପେସାଲ ଟାସ୍କଫୋର୍ସ ଦ୍ୱାରା ବେଆଇନ ବାଘ ଛାଲ ବ୍ୟବସାୟ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ପରେ ୨୨ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ବେଆଇନ ବାଘ ଛାଲ ବ୍ୟବସାୟରେ ସଂପୃକ୍ତି ଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ୍‌ ଏସଟିଏଫ୍‌ ୨୯ ତାରିଖ ଦିନ ପୁଣି ୪ ବ୍ୟବାସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଗତ ୨୦୧୯ ସେପ୍ଟେମ୍ବର ୨୪ ତାରିଖରେ ଦେବଗଡ଼ ବନ ବିଭାଗ ବାଘ ଛାଲ ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜିଲ୍ଲାରେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର ଏବଂ ବ୍ୟବସାୟ ଜାରି ରହିଥିବା ବେଳେ ଏଥିପ୍ରତି ବନବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe