ଲକ୍ଷାଧିକ ଟଂକାର ଶାଗୁଆନ କାଠ ଗଣ୍ଡି ଜବତ, ୨ ଗିରଫ

Advertisment
ଲକ୍ଷାଧିକ ଟଂକାର ଶାଗୁଆନ କାଠ ଗଣ୍ଡି ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରି ବନାଞ୍ଚଳ ବିଭାଗ ତରଫରୁ ଲକ୍ଷାଧିକ ଟଂକାର ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଥିବା ବେଳେ ୨ ଜଣକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଡିଏଫଓ ପ୍ରତାପ କତ୍ତାପାଲୀଙ୍କ ନିର୍ଦେଶକ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ବରେ ଏମଭି-୧୮ ଗ୍ରାମରେ ଚଢଉ କରାଯାଇଥିଲା। ଗୋଟିଏ ଟ୍ରାକ୍ଟରରେ ପ୍ରାୟ ୧୦ଟି ଶାଗୁଆନ ଗଣ୍ଡି ଚୋରା ଚାଲାଣ କରାଯାଇଥିଲା। ବନ ବିଭାଗର କର୍ମଚାରୀ ଏହି ଚଢାଉ କରି କାଠ ଚୋରା ଚାଲାଣ କରୁଥିବା ୨ ଜଣକୁ ଗିରଫ ମଧ୍ୟ କରିଛନ୍ତି। ଜବତ କରାଯାଇଥିବା ଶାଗୁଆନ କାଠ ୪୦ କ୍ୟୁବିକ ଫିଟ ବୋଲି ବନ ବିଭାଗ କହିଛି। ଏହାର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଂକା ହେବ ବୋଲି କୁହାଯାଇଛି। ଗିରଫ ହୋଇଥିବା ଆସାମୀ ମାନେ ହେଲେ ଉର୍ମାଗୁଡା ଗ୍ରାମର ସୁକା କାବାସୀ ଏବଂ ମୁକା କାବାସୀ।

ଜବତ କରାଯାଇଥିବା ଟ୍ରାକ୍ଟରଟି ପଡିଆ ବ୍ଲକର ପଡାଙ୍ଗପାଲୀ ଗ୍ରାମର ଵାଗା କାବାସିର ବୋଲି ଜଣାପଡିଛି। ତେବେ ଆଜି ଗିରଫ ହୋଇଥିବା ଦୁଇ ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ମୋହନ ଗୁଡିଆ, ଦିବାକର ଜେନା, ପି.ସଂତୋଷ କୁମାର, ରବିନାରାୟଣ ଖଣ୍ଡୁଆଳ, ସୁଧିର କୁମାର ମୁର୍ମୁ ସମେତ ୨୦ ଜଣ ସ୍ବାଗ ଟିମ ଏହି ଚଢାଉରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe