କଟକ ନିର୍ଗୁଣ୍ତି ଟୋଲ ଗେଟ୍‌ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

କଟକ ନିର୍ଗୁଣ୍ତି ଟୋଲ ଗେଟ୍‌ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

Sambad

କଟକ: କଟକ ନିର୍ଗୁଣ୍ଡି ଟୋଲ ଗେଟ୍‌ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବାକାରୀ ଗୋଇନ୍ଦା ବିଭାଗ। ୩୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ ଓ ଗୋଟିଏ କାର ଜବତ କରାଯାଇଛି। ଗଞ୍ଜେଇ କଟକରୁ ଯାଜପୁର ଚାଲାଣ ହେଉଥିଲା। ଜବତ ଗଂଜେଇର ମୂଲ୍ୟ ୩ ଲକ୍ଷ ଟଙ୍କା ବୋଲି ସ୍ପଷ୍ଟ କରିଛି ଅବକାରୀ ବିଭାଗ। ସମସ୍ତ ପଚରାଉଚରା ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାଅନୁଯାୟୀ, କଟକ ନିର୍ଗୁଣ୍ତି ଟୋଲ୍‌ ଗେଟ୍‌ ଠାରେ ଏକ ଗଞ୍ଜେଇ ବୋଝା କାର ଜବତ କରିଛି କନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ। ଜଗତପୁରରୁ ନିର୍ଗୁଣ୍ଡି ପେଟ୍ରୋଲିଂ କରିବା ସମୟରେ ଏହି ଗଞ୍ଜେଇ ବୋଝେଇ କାର ଉପରେ ନଜର ପଡିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର। ପରେ ସଙ୍ଗେ ସଙ୍ଗେ ଗାଡିକୁ ଜବତ କରିବା ସହ ଗଞ୍ଜେଇ ଓ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହାସହ ସମସ୍ତ ପଚରାଉଚରା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ବିଭାଗ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe