୧୨୪ ଖଣ୍ଡ ଶାଳକାଠ ସହ ଭ୍ୟାନ ଜବତ, ଦୁଇ ଗିରଫ

Advertisment
୧୨୪ ଖଣ୍ଡ ଶାଳକାଠ ସହ ଭ୍ୟାନ ଜବତ, ଦୁଇ ଗିରଫ

Sambad

ଘଣ୍ଟାପଡ଼ା: କଣ୍ଟାମାଳ ବନ ବିଭାଗ ୧୨୪ ଖଣ୍ଡ ସାଇଜ ଶାଳକାଠ ସହ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ସୁନୀଲ ହଂସ(୨୪) ଏବଂ ରାଜା ଅଲ୍ଲୀ। ସୂଚନାନୁସାରେ, ରବିବାର ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ୪୧ ନମ୍ବର ରାଜ୍ୟ ରାଜପଥର କର୍ଲାକୋଠା ନିକଟରେ ପିକ୍‌ଅପ୍‌ ଭ୍ୟାନ (ଓଡି ୩୧ ଏଚ୍‌ ୬୧୫୨)କୁ ସନ୍ଦେହରେ ଅଟକା ଯାଇଥିଲା।

ଯାଞ୍ଚ କରିବାରୁ ଗାଡ଼ିରେ ଶାଳକାଠ ବେଆଇନ ଭାବେ ଚାଲାଣ ହେଉଥିବା ଜଣାପଡ଼ିଥିଲା ବୋଲି କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧୀ ପ୍ରଧାନ କହିଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ୫ ଲକ୍ଷ ୧୪ ହଜାର ଟଙ୍କା ହେବ ବୋଲି କଣ୍ଟାମାଳ ଫରେଷ୍ଟର ହୃଦାନନ୍ଦ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe