ମଦୁଆ ଡ୍ରାଇଭରଙ୍କ ଉପରେ ଚଢଉ, ୨ ଗିରଫ

Advertisment
ମଦୁଆ ଡ୍ରାଇଭରଙ୍କ ଉପରେ ଚଢଉ, ୨ ଗିରଫ

Sambad

ମାଲକାନଗିରି: ଏଥର ଆଇ ମଦୁଆ ଡ୍ରାଇଭରମାନଙ୍କୁ ନିସ୍ତାର ନାହିଁ। ପୁଲିସ ଏବଂ ଆଞ୍ଚଳିବ ପରିବହନ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ମଦୁଆ ଡ୍ରାଇଭରଙ୍କ ଉପରେ ଏବେ ମାଲକାନଗିରି ପୁଲିସ ଏବଂ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ମିଳିତ ଚଢଉ ଆରମ୍ଭ ହୋଇଛି। ଗତକାଲି ରାତିରେ ମିଳିତ ଚଢଉ କରାଯାଇ ଦୁଇ ଜଣ ମଦୁଆ ଟ୍ରକ ଡ୍ରାଇଭରଙ୍କୁ ଅଟକାଇ ଯାଞ୍ଚ କରିବା ପରେ ସେମାନେ ମଦ ପିଇ ଗାଡି ଚଳାଉଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ଦୁଇ ମଦୁଆ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

ସେମାନେ ହେଲେ ପୋଟେରୁ ଅଂଚଳର ଗୋବିନ୍ଦ ବାଲା ଏବଂ ତେଲେଙ୍ଗାନାର ଆନ୍ଦେମ ନାଗରାଜ। ଏଥର ପ୍ରତ୍ୟେକ ଦିନ ପୁଲିସ ଏବଂ ଆଞ୍ଚଳିକ ପରିବହନ ତରଫରୁ ଗାଡିଗୁଡିକକୁ ଯାଞ୍ଚ କରାଯିବ। ମଦ ପିଇ ଗାଡି ଚଳାଉଥିଲେ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି। ଜିଲ୍ଲାର ସମସ୍ତ ଥାନା ଅଂଚଳରେ ଏହି ଚଢଉ ଜାରି ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe