Sambad
ରାଜକନିକା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗାଁରେ ଅବୈଧ ପ୍ରେମ ସମ୍ପର୍କରୁ ପୂଜକ ରଙ୍ଗାଧର ଦାସ ହତ୍ୟାକାଣ୍ଡ ଘଟଣାରେ ପତ୍ନୀଙ୍କ ସହ ପ୍ରେମିକା ଗିରଫ। ହତ୍ୟା ଅଭିଯୋଗରେ ପତ୍ନୀ ରତ୍ନମଣୀ ଦାସ ଓ ତାଙ୍କ ପ୍ରେମିକ ଅସିତ ଶତପଥୀଙ୍କୁ ଯାଜପୁରରୁ ରାଜକନିକା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।ପତ୍ନୀଙ୍କ ସହ ସେହି ଗାଁର ଅସିତ ଶତପଥୀଙ୍କ ଦୀର୍ଘଦିନର ପ୍ରେମ ସମ୍ପର୍କକୁ ନେଇ ଗତ ୧୭ତାରିଖ ଦିନ ପତ୍ନୀଙ୍କ ସହ ଝଗଡା ହେବା ପରେ ରଙ୍ଗାଧର ନିଖୋଜ ହୋଇ ଯାଇଥିଲେ।
ଏହାର ୫ଦିନ ପରେ ଗାଁ ନିକଟସ୍ଥ ଶିମିଳିମାହାରା ଜୋର ନିକଟରୁ ରଙ୍ଗାଧରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ସେହି ଦିନ ସ୍ୱାମୀର ଚିତା ଲିଭିନଥିବା ବେଳେ ପତ୍ନୀ ପ୍ରେମିକର ହାତଧରି ଚାଲିଯାଇଥିଲା। ରଙ୍ଗାଧରଙ୍କୁ ପତ୍ନୀ ଓ ପ୍ରେମିକ ମିଶି ହତ୍ୟା କରିଥିବା ନେଇ ତାଙ୍କ ଭାଇ ଗଙ୍ଗାଧର ଦାସ ରାଜକନିକା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ରାଜକନିକା ପୁଲିସ ତଦନ୍ତ କରି ପତ୍ନୀ ଓ ତାଙ୍କ ପ୍ରେମିକାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Follow Us