କେନ୍ଦୁପତ୍ର ବୋଝେଇ ପିକଅପ ଜବତ, ୨ ଗିରଫ

Advertisment
କେନ୍ଦୁପତ୍ର ବୋଝେଇ ପିକଅପ ଜବତ, ୨ ଗିରଫ

Sambad

ରାଉରକେଲା: ବନ୍ଧମୁଣ୍ଡା - ବିଶ୍ରା ମୁଖ୍ୟ ରାସ୍ତାର କୁକୁଡାଗେଟ୍‌ ନିକଟରେ ଚୋରା ଚାଲାଣ ହେଉଥିବା କେନ୍ଦୁପତ୍ର ବୋଝେଇ ପିକଅପ ବନ ବିଭାଗ କର୍ମଚାର ଜବତ କରିଛନ୍ତି। ଘଟଣାସ୍ଥଳରୁ ଦୁଇ ବେପାରୀକୁ ଗିରଫ କରାଯାଇଛି। ସେମାନେ ହେଲେ ଝାରସୁଗୁଡା ବେଲ୍‌ଡିହିର ଦୟାନିଧି କିସାନ (୪୨), ପଶ୍ଚିମବଙ୍ଗ ମେଦିନାପୁର ପୂର୍ବକୁମାରପୁରର ପ୍ରଣବ ବଙ୍ଗପାଧ୍ୟାୟ (୪୦)। ପିକଅପ ମୋଟ ୮.୫ କ୍ବିଣ୍ଟାଲ କେନ୍ଦୁପତ୍ର ଜବତ ହୋଇଛି। ଚୋରା କେନ୍ଦୁପତ୍ର ବାମଡାରୁ ପଶ୍ଚିମବଙ୍ଗର ଚୁଚୁଡା ଯାଉଥିଲା। ଜବତ କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବାମଡାରୁ କେନ୍ଦୁପତ୍ର ବୋଝେଇ ପିକ୍‌ଅପ୍‌ ପଶ୍ଚିମବଙ୍ଗ ଚାଲାଣ ଚାଲାଣ ହେଉଥିବା ବନ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା।

କୁକୁଡା ଗେଟ୍ ନିକଟରେ ଗାଡିଗୁଡ଼ିକ ଯାଞ୍ଚ ବେଳେ ପିକଅପ ଭ୍ୟାନ ଜବତ ହୋଇଥିଲା। ଚୋରା ବେପାରୀମାନେ କେବଳ କାଠ ନୁହେଁ ବରଂ କେନ୍ଦୁପତ୍ର ମଧ୍ୟ ବାହାରକୁ ଚାଲାଣ କରୁଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ବେଧଡକ ଭାବେ ଚୋରା କାଠ ପଡୋଶୀ ଝାଡ଼ଖଣ୍ଡକୁ ଚାଲାଣ ହେଉଛି। ମାଫିଆମାନେ ସ୍ଥାନୀୟ କିଛି ଲୋକଙ୍କୁ ମୋଟା ଅଙ୍କର ବଟି ଦେଇ ବେଆଇନ କାରବାର ବର୍ଷବର୍ଷ ଧରି ଚଳାଇ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe