ପୁଣି ଧରାପଡ଼ିଲା ଦେଶୀ ମଦ, ମହୁଲ ପୋଚ, ୨ ଅଭିଯୁକ୍ତ ଗିରଫ

Advertisment
ପୁଣି ଧରାପଡ଼ିଲା ଦେଶୀ ମଦ, ମହୁଲ ପୋଚ, ୨ ଅଭିଯୁକ୍ତ ଗିରଫ

Sambad

ରାଉରକେଲା: ରାଉରକେଲା ଅବକାରୀ ପୁଲିସ ପକ୍ଷରୁ ଆଜି ସହର ଉପକଣ୍ଠ ଅଞ୍ଚଳରେ ଦେଶୀ ମଦ ବେପାର ଉପରେ ଅତର୍କିତ ଚଢ଼ଉ କରିଛି। ଦୁଇଟି ପୃଥକ୍‌ ମାମଲାରେ ମଦ ତିଆରି କରୁଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିବାବେଳେ ଅନ୍ୟ ଅଭିଯୁକ୍ତ ମଦ ଚୋରାଚାଲାଣ କରୁଥିବା ସମୟରେ ଧରାପଡ଼ିଥିଲା। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଲୁଆକେରାର ଗାନ୍ଧୀ ଖାଖା ଓ ରୋହିତ ଓରାମ।

ସେମାନଙ୍କ ପାଖରୁ ୮୪ ଲିଟର ଦେଶୀ ମଦ, ୧୫ କ୍ବିଣ୍ଟାଲ ମହୁଲ ପୋଚ ଓ ଦୁଇଟି ସ୍କୁଟି(ଓଡି-୧୪-ଭି-୦୬୯୮ ଓ ଓଡି-୧୪-ଡବ୍ଲ୍ୟୁ-୪୩୬୫) ଜବତ କରିଛି। ରାଉରକେଲା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ବିଭାଗୀୟ କର୍ମଚାରୀ, ମୋବାଇଲ ସ୍କ୍ବାଡ୍‌ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe