ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ଅର୍ନ୍ତଜାତୀୟ ଗଞ୍ଜେଇ ଚାଲାଣ ରାକେଟ୍। ଚମାଖଣ୍ଡି ୧୬ ନମ୍ବର ଜାତୀୟ ରାଜପଥରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଦୁଇ ବାଲାଂଦେଶୀଙ୍କୁ ଗିରଫ କରିବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବାଂଲାଦେଶ ଫରିଦପୁରର ରକିତ୍ ଅଲ୍ଲୀ ଓ ସିଦ୍ଧିକ ମୁଟୁବର୍। ସେମାନଙ୍କଠୁ ୨୧ କେଜି ଗଞ୍ଜେଇ ଜବତ ହୋଇଛି। ଚମାଖଣ୍ତି ନିକଟରେ ବସ୍କୁ ଅପେକ୍ଷା କରିଥିବା ବେଳେ ୧୨ ଜଣିଆ ପାଟ୍ରୋଲିଂ ଟିମ୍ ଉଭୟ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ସେମାନେ ଗଞ୍ଜେଇ ନେଇ ବାଂଲାଦେଶ ଯାଉଥିବା ଜଣାପଡ଼ିଥିଲା। ଜଣକ ପାଖରେ ଭିସା ଥିବା ବେଳେ ଆଉ ଜଣକ ପାଖରେ ନଥିଲା। ସେହିପରି ଗଜପତି ଜିଲ୍ଲା ମୋହନା ଅଞ୍ଚଳର ରାମଚନ୍ଦ୍ର ଗୌଡ଼ ନାମକ ଜଣେ ଯୁବକକୁ ୧୪ କେଜି ଗଞ୍ଜେଇ ସହ ପୁକୁଡ଼ିବନ୍ଧ ଜଙ୍କସନରୁ ଗିରଫ କରାଯାଇଛି। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଇନ୍ସପେକ୍ଟର ଗୀତାଞ୍ଜଳୀ ସାହୁ ଏନେଇ ସୂଚନା ଦେଇଛନ୍ତି। ଚଢ଼ଉରେ ଚମାଖଣ୍ଡି ପୁଲିସ ସାମିଲ ହୋଇଥିଲା।
ଗଂଜେଇ କାରବାରରେ ବିଦେଶୀ ନାଗରିକ: ଗଂଜାମରୁ କୋଲକାତା ଚାଲାଣ ବେଳେ ଧରାପଡ଼ିଲେ ୨ ବାଂଲାଦେଶୀ
Advertisment
Follow Us