ଗଡ଼ଖୋର୍ଦ୍ଧା ଠାରୁ ୨ ଭାଲୁ ଛୁଆ ଉଦ୍ଧାର, ବନ୍ୟଜନ୍ତୁ ଚୋରା ରାକେଟ୍ ସନ୍ଦେହ 

Advertisment
ଗଡ଼ଖୋର୍ଦ୍ଧା ଠାରୁ ୨ ଭାଲୁ ଛୁଆ ଉଦ୍ଧାର, ବନ୍ୟଜନ୍ତୁ ଚୋରା ରାକେଟ୍ ସନ୍ଦେହ 

ଖୋର୍ଦ୍ଧା: ଆଜି ଅପରାହ୍ଣରେ ଚନ୍ଦକା ବନାଂଚଳ ଗଙ୍ଗପଡ଼ା ଠାରେ ୫ଟି ଭାଲୁଛୁଆକୁ ଉଦ୍ଧାର କରାଯାଇଥିଲା। ସଂଧ୍ୟାରେ ଖୋର୍ଦ୍ଧା ଉପଖଣ୍ଡ ଖୋର୍ଦ୍ଧା ବନାଂଚଳ ଅଧୀନ ଗଡ଼ଖୋର୍ଦ୍ଧାରୁ ଆଉ ୨ଟି ଭାଲୁ ଛୁଆକୁ ଉଦ୍ଧାର କରାଯିବା ପରେ ଖୋର୍ଦ୍ଧା ଅଂଚଳରୁ ବନ୍ୟଜନ୍ତୁ ଚୋରା ଚାଲାଣ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି।

ସୂଚନାନୁସାରେ, ରାତି ପ୍ରାୟ ୮ଟା ବେଳେ ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତୀ ଗଡ଼ଖୋର୍ଦ୍ଧାର ବାଡ଼ିପଟେ ୨ଟି ଭାଲୁ ଛୁଆ ବୁଲୁଥିବା ନେଇ ବିପ୍ର ଚରଣ ବେଉରା ବନ ବିଭାଗକୁ ସୂଚନା ଦେଇଥିଲେ। ସୂଚନାପାଇ ବନ ବିଭାଗ କର୍ମଚାରୀମାନେ ଭାଲୁ ଛୁଆ ଦୁଇଟିକୁ ଉଦ୍ଧାର କରି ରେଂଜ କାର୍ଯ୍ୟାଳୟକୁ ଆଣିଥିଲେ। ଭାଲୁ ଛୁଆ ଦୁଇଟି ସୁସ୍ଥ ଥିବା ବେଳେ ସେମାନେ ୮-୯ମାସର ବୋଲି ଅନୁମାନ କରାଯାଉଛି ।

ତେବେ ଆଜି ଅପରାହ୍ଣରେ ଗଙ୍ଗପଡ଼ା ଠାରେ ଉଦ୍ଧାର ହୋଇଥିବା ଭାଲୁ ଛୁଆ ନିକଟରେ ଏକ ପଂଜିରା ମିଳିଥିଲା। ରାତିରେ ଖୋର୍ଦ୍ଧା ବନାଂଚଳରୁ ଆଉ ଦୁଇଟି ଭାଲୁ ଛୁଆ ଉଦ୍ଧାର ହେବା ପରେ ଖୋର୍ଦ୍ଧା ବନାଂଚଳରେ ବନ୍ୟଜନ୍ତୁଙ୍କ ଚୋର କାରବାର ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏନେଇ ଖୋର୍ଦ୍ଧା ବନାଂଚଳ ରେଂଜର ସତୀଶ ମିଶ୍ର କହିଛନ୍ତି ଯେ ବରୁଣେଇ କିମ୍ବା ନିକଟସ୍ଥ ଜଙ୍ଗଲରେ ଭାଲୁ ନାହାନ୍ତି। ଏଣୁ ଏଠାକୁ ଭାଲୁ ଛୁଆ କିଭଳି ଆସିଲା ସେନେଇ ବନ ବିଭାଗ ମଧ୍ୟ ସନ୍ଦେହରେ ରହିଛି। ତେବେ କୌଣସି ଚୋରା ବେପାରୀ ଛୁଆଗୁଡ଼ିକୁ ଧରି ଆଣି ୫ଟି ଗଙ୍ଗପଡ଼ା ଓ ଆଉ ଦୁଇଟି ଗଡ଼ଖୋର୍ଦ୍ଧା ପାଖରେ ଛାଡ଼ି ଦେଇଥିବା ଅନୁମାନ କରାଯାଉଛି। ଯେହେତୁ ଜଙ୍ଗଲରେ କୌଣସି ଭାଲୁ ରହନ୍ତି ନାହିଁ ଏଣୁ ଛୁଆଗୁଡ଼ିକୁ ନେଇ ନନ୍ଦନକାନନରେ ଛାଡ଼ିଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe