ବିଶ୍ୱ କ୍ରସବୋ ସୁଟିଂରେ ରାୟଗଡାର ଭାଇ ଭଉଣୀ ଜିଣିଲେ ସ୍ୱର୍ଣ୍ଣ ପଦକ

Advertisment
ବିଶ୍ୱ କ୍ରସବୋ ସୁଟିଂରେ ରାୟଗଡାର ଭାଇ ଭଉଣୀ ଜିଣିଲେ ସ୍ୱର୍ଣ୍ଣ ପଦକ
ଋାୟଗଡା: ବିଶ୍ୱ କ୍ରସବୋ ସୁଟିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ରାୟଗଡାର ଭାଇ ଭଉଣୀ। ଏଥିରେ ଭାରତରୁ ୧୨ ଜଣ ଅଂଶ ଗ୍ରହଣ କରିଥିବା ବେଳେ ଓଡ଼ିଶାର ନେହା ପଟ୍ଟନାୟକ ଓ ଲୋହିତ ଚନ୍ଦ୍ର ପଟ୍ଟନାୟକ ଭାଗ ନେଇଥିଲେ। ନେହା ଓମେନ୍ସ ଓପନ୍ ଫ୍ରିଷ୍ଟାଇଲ କ୍ୟାଟୋଗରିରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ତାଙ୍କ ଭାଇ ଏ.ଲୋହିତ ଚନ୍ଦ୍ର ପଟ୍ଟନାୟକ ମେନସ୍ ଓପନ ଷ୍ଟାଣ୍ଡାର୍ଡ କ୍ୟାଟୋଗରିରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ଟିମରେ ଓଡ଼ିଶାରୁ ଏହି ଦୁଇ ଭାଇଭଉଣୀ ଅଂଶ ଗ୍ରହଣ କରି ଦେଶ ତଥା ରାଜ୍ୟ ପାଇଁ ପଦକ ଆଣିଛନ୍ତି। ଦୁହେଁ ରାୟଗଡା ହାଉସିଂ ବୋର୍ଡ କଲୋନି ବାସିନ୍ଦା ଏ. ଆନନ୍ଦ ପଟ୍ଟନାୟକଙ୍କ ସନ୍ତାନ।
ଗତ ୨୬ ତାରିଖରୁ ଉତ୍ତରପ୍ରଦେଶର ଆଗ୍ରା ପୁଲିସ ପରେଡ ଗ୍ରାଉଣ୍ଡରେ ଚାଲିଥିବା ୧୦ମ ୱାର୍ଲଡ କ୍ରସବୋ ସୁଟିଂ ଚାମ୍ପିଅନସିପ୍ ଉଦଯାପିତ ହୋଇଛି। ଭାରତୀୟ କ୍ରସବୋ ସୁଟିଂ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ୧୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ରାୟଗଡାର ଭାଇ ଭଉଣୀ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଏହି ଚାମ୍ପିଅନସିପରେ ଭାରତ ବ୍ୟତୀତ ଆମେରିକା, ଇଂଲଣ୍ଡ, ସ୍ୱିଡେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଷ୍ଟୋନିଆର ୬୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଇନ ରାଷ୍ଟ୍ର ମନ୍ତ୍ରୀ ଏସ.ପି.ସିଂ ବାଘଲେ, ୟୁୟି ସରକାରଙ୍କ ଶିଶୁ ବିକାଶ ମନ୍ତ୍ରୀ ବେବି ରବି ମୈାର୍ଯ୍ୟ, ଆଗ୍ରା ଏସିପି କେଶବ କୁମାର ଚୌଧୁରୀ, ଆଗ୍ରା ଡିସିପି ରବି କୁମାର ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ମେଡାଲ ପ୍ରଦାନ କରିଥିଲେ।ରାୟଗଡାର ଏହି ଦୁଇ ଭାଇ ଭଉଣୀଙ୍କ ସଫଳତା ପରେ ଦୁହିଁଙ୍କୁ ଚାରିଆଡୁ ଶୁଭେଛାର ସୁଅ ଛୁଟିଛି। ପୂର୍ବରୁ ବି ଦୁଇ ଭାଇ ଭଉଣୀ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମେଡାଲ ବିଜୟୀ ହୋଇ ରାଜ୍ୟ ତଥା ରାୟଗଡା ପାଇଁ ଗୌରବ ଆଣିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe