ଅଜଣା ରୋଗରେ ଦୁଇ ଶିଶୁଙ୍କ ମୃତ୍ୟୁ; ଆମ୍ବୁଲାନ୍ସ ଆସିଲାନି, ମା’- ଝିଅଙ୍କୁ ଅଟୋରେ ଡାକ୍ତରଖାନାକୁ ପଠାଗଲା

Advertisment
ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ବଣାଇଗଡ଼: ମଙ୍ଗଳବାର ଆଦିବାସୀ ଅଧ୍ୟୁଷିତ ଲହୁଣିପଡ଼ା ବ୍ଲକ୍‌ର ଶସ୍ୟକଳା ପଞ୍ଚ‌ାୟତର ଦମାଳୁ ସ୍କୁଲ ବସ୍ତିରେ ରହୁଥିବା ଜନୈକା ବିଧବା ମହିଳାଙ୍କ ଦୁଇ ଶିଶୁଙ୍କର ଅଜଣା ରୋଗରେ ମୃତ୍ୟୁ ହୋଇଛି। ତେବେ ଏଥିରେ ବିଧବା ମହିଳାଙ୍କ ସମେତ ତାଙ୍କ ଅନ୍ୟ ଏକ ଦେଢ ବର୍ଷର ଶିଶୁ କନ୍ୟା ଗୁରୁତର ହେବା ପରେ ମା’ ଓ ଝିଅଙ୍କୁ ମୁମୂର୍ଷୁ ଅବସ୍ଥାରେ ଲହୁଣିପଡ଼ା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସବୁଠାରୁ ଗୁରୁତର ବିଷୟ ଯେ ଆଜି ମଧ୍ୟାହ୍ନରେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ଗ୍ରାମବାସୀ ଭୁବନେଶ୍ବର ସ୍ଥିତ କଲସେଣ୍ଟର ୧୦୮କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୌଣସି ଆମ୍ବୁଲାନ୍ସ ନ ଆସିଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଏକ ଅଟୋ ଯୋଗେ ମା ଓ ଝିଅଙ୍କୁ ଲହୁଣିପଡ଼‌ା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ଘଟଣାରୁ ପ୍ରକାଶ ଯେ ଗତ ଦେଢବର୍ଷ ପୂର୍ବେ ଇନ୍ଦି ତୁରୀଙ୍କ ସ୍ବାମୀ କିଶୋର ତୁରୀ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ଇନ୍ଦି ନିଜ ତିନି ଛୋଟ ଛୁଆଙ୍କ ସହ ଦମାଳୁ ସ୍କୁଲ ବସ୍ତିରେ ରହି ଆସୁଥିଲେ। ତେବେ ଗତ ତିନିଦିନ ତଳେ ତାଙ୍କର ବଡ଼ପୁଅ ଅଜୟ ତୁରୀ (୭) ଗତ ବିଶ୍ବକର୍ମା ପୂଜା ପରଠାରୁ କୌଣସି ଅଜଣା ରୋଗରେ ପୀଡ଼ିତ ହୋଇ ଜ୍ବର ହେଉଥିଲା। ଏହା ଏକ ବଣ ଜଙ୍ଗଲ ଘେରା ଅଂଚଳ ହୋଇଥିବାରୁ ତାଙ୍କୁ କୌଣସି ସ୍ବାସ୍ଥ୍ୟ ସେବା ମିଳି ନଥିଲା। ଆଜି ଦିନ ୧୨ଟା ସମୟରେ ତାଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ ଶବକୁ ପୋତି ଦେଇଥିଲେ। ଏହାର ଅଧଘଣ୍ଟା ପରେ ଇନ୍ଦିଙ୍କ ଦ୍ବିତୀୟ ଝିଅ ଆଶ୍ରିତା ତୁରୀ(୪)ଙ୍କ ମଧ୍ୟ ମୁତ୍ୟୁ ହୋଇଥିଲା। ଏହାପରେ ଗ୍ରାମବାସୀ ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ଏକ ଅଟୋ ଯୋଗେ ଆଶ୍ରିତାଙ୍କ ଶବ ସହିତ ମା ଓ ଦେଢବର୍ଷର ଶିଶୁକନ୍ୟାଙ୍କୁ ଲହୁଣିପଡ଼ା ଗୋଷ୍ଠି ସ୍ବାସ୍ଥକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କ ଚିକିତ୍ସା ଚଳାଇଥିବାବେଳେ ଲହୁଣିପଡ଼ା ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe