ବିବାହ ବନ୍ଧନରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ; ଗୌହାଟିରେ ପଡ଼ିଲା ଅନନ୍ୟା-ଚଞ୍ଚଳଙ୍କ ହାତଗଣ୍ଠି

ବିବାହ ବନ୍ଧନରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ

ସମ୍ବଲପୁର: ଓଡ଼ିଶାର ଦୁଇ ଯୁବ ଆଇଏଏସ୍‌ ଅଧିକାରୀ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମେ’ ୧ ତାରିଖ ସୋମବାର ସଂଧ୍ୟାରେ ଗୌହାଟିର ଏକ ତାରକା ହୋଟେଲରେ ଉଭୟଙ୍କ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିଲା। ବଙ୍ଗୀୟ ରୀତିନୀତିରେ ଅନୁଷ୍ଠିତ ଏହି ଚର୍ଚ୍ଚିତ ବିବାହ ଉତ୍ସବରେ ଉଭୟ ପକ୍ଷରୁ ଶତାଧିକ ଅତିଥି ଯୋଗ ଦେଇଥିଲେ। ବିବାହ ପୂର୍ବରୁ ଚଞ୍ଚଳ ପାରମ୍ପରିକ ଢଙ୍ଗରେ ବରାଯାତ୍ରୀ ନେଇ ମଣ୍ଡପରେ ପହଞ୍ଚିଥିଲେ। ବରଯାତ୍ରୀଙ୍କ ସହ ନିଜେ ବରବେଶରେ ଚଞ୍ଚଳ ବି ବେଶ ନାଚିଥିଲେ।

publive-image Sambad

ମଣ୍ଡପରେ ପହଞ୍ଚିବା ପରେ ଅନନ୍ୟାଙ୍କ ପରିବାର ତରଫରୁ ତାଙ୍କର ଭବ୍ୟ ସ୍ବାଗତ କରା ଯାଇଥିଲା। ପୂର୍ବ ସଂଧ୍ୟାରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ସମ୍ପର୍କୀୟଙ୍କ ସହ ଉଭୟ ବରକନ୍ୟା ବି ଆକର୍ଷଣୀୟ ନୃତ୍ୟ କରିଥିଲେ। ଉକ୍ତ ନୃତ୍ୟର ଭିଡିଓ ସାରା ଦେଶରେ ଭାଇରାଲ ହୋଇଛି। ସୂଚନାଯୋଗ୍ୟ ଯେ, ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଚଞ୍ଚଳ ଏବଂ ୨୦୧୫ ବ୍ୟାଚ୍ ଆଇଏଏସ୍‌ ଅନନ୍ୟାଙ୍କ ନିର୍ବନ୍ଧ ଗତ ଫେବ୍ରୁଆରି ୧୯ ତାରିଖରେ ସମ୍ବଲପୁର ସ୍ଥିତ ଅନନ୍ୟାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାପାଳ ଓ ତାଙ୍କର ବଲାଙ୍ଗୀର ସମକକ୍ଷ ଚଞ୍ଚଲ ରାଣା ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ସଙ୍ଗୀତର ତାଳେତାଳେ ନାଚିଥିଲେ। ହିନ୍ଦୀ ଚଳଚ୍ଚିତ୍ର ‘ହୀରୋ ନଂ ୧’ର ଗୀତ ‘ସୋନା କିତନା ସୋନା ହେ…’ରେ ରାଜ୍ୟର ଦୁଇ ଯୁବ ଜିଲ୍ଲାପାଳ ଶ୍ରୀମତୀ ଦାସ ଓ ଶ୍ରୀ ରାଣା ନୃତ୍ୟ ପରିବେଷଣ କରିଥିଲେ। ନିଜ ବିବାହ ଅବସରରେ‌ ଆୟୋଜିତ କାର୍ଯ୍ୟକ୍ରମରେ ସେମାନେ ନୃତ୍ୟଗୀତରେ ମସଗୁଲ ଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe