ପୁଲିସ ହାତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା: ଦୁଇ କନଷ୍ଟେବଳ ନିଲମ୍ବିତ

Advertisment
ପୁଲିସ ହାତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା: ଦୁଇ କନଷ୍ଟେବଳ ନିଲମ୍ବିତ

ନୂଆପଡ଼ା: ବୋଡ଼େନ ପୁଲିସ ଦ୍ଵାରା ଗତ ୧୭ ତାରିଖ ଦିନ ଦୁଇ ଶ୍ରମିକ ଦଳାଲଙ୍କୁ କୋର୍ଟ ଚାଲଣ କରୁଥିବା ବେଲେ ଅଭିଯୁକ୍ତମାନେ ଚମ୍ପଟ ମାରିବା ଘଟଣାରେ ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ନୂଆପଡ଼ା ଏସ୍‌ପି ରାହୁଲ ଜୈନ କାର୍ଯ୍ୟରେ ଅବହେଲା ପ୍ରଦର୍ଶନ କରିବା ହେତୁ ବୋଡ଼େନ ଥାନାର ଦୁଇ ଜଣ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ନିଲମ୍ବିତ କନଷ୍ଟେବଳ ହେଲେ ମନୋହର ଶବର ଓ ପେସ୍କାର ନାଗ।

ପ୍ରକାଶ ଯେ ଚଳିତ ମାସ ୧୫ ତାରିଖ ଦିନ ସିନାପାଲି ଥାନା ନଙ୍ଗଲବୋଡ଼ ପଞ୍ଚାୟତ ଅନ୍ତର୍ଗତ ଭଟାପାଣି ଗାଁର ୨ ଜଣ ଶିଶୁ ସମେତ ୧୫ ଜଣ ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦ ଚାଲଣା ପାଇଁ ବୋଡ଼େନ ଥାନା ଦହନାପାଲି ଗାଁର ପାଣିଟାଙ୍ଗି ନିକଟରେ ଦାଦନ ଶ୍ରମିକଙ୍କୁ ରଖିଥିଲେ। ବୋଡ଼େନ ପୁଲିସ ଖବର ପାଇଁ ୧୫ ତାରିଖ ଦିନ ଚଢ଼ାଉ କରି ୧୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା।

ବେଆଇନ ଦାଦନ ଚାଲଣ ଅଭିଯୋଗରେ ସିନାପାଲି ପୁଲିସ କେନ୍ଦୁଲକୋନା ଗାଁର ବୈଷ୍ଣବ ମାଝି ଓ ରୁପ ମାଝିଙ୍କୁ ଗିରଫ କରି ୧୬ ତାରିଖ ଦିନ ଦୁଇ ଜଣ ଅଭିଯୁକ୍ତଙ୍କୁ ସିନାପାଲି କୋର୍ଟକୁ ଚାଲଣ କରିଥିଲା। ଉଭୟଙ୍କୁ ନେଇ ପୁଲିସ ସିନାପାଲି ଅଭିମୁଖେ ବାବାହାରିଥିଲେ। ସିନାପାଲି ଥାନା ରାନିମୁଣ୍ଡା ଓ ଟିମନପୁର ଗାଁ ମଝିରେ ଉଭୟ ଅଭିଯୁକ୍ତଙ୍କୁ ପରିଶ୍ରା କରିବାକୁ କହିଥିଲେ। ଏହି ସମୟରେ ଉଭୟ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ପରେ ପୁଲିସ ପିଛା କରି ରିପୁଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ବୈଷ୍ଣବଙ୍କ ବର୍ତ୍ତମାନ ମଧ୍ୟ କୌଣସି ଖବର ମିଳିନାହିଁ ବୋଲି ବୋଡ଼େନ ଥାନା ଅଧିକାରୀ ଶୋଭାକର ସେଠ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe