ବାଲେଶ୍ୱର: ଗାଧୋଇବା ବେଳେ ପୋଖରୀରେ ବୁଡ଼ିବାରୁ ୨ ସଂପର୍କୀୟ ଭଉଣୀ ମୃତ

ବାଲେଶ୍ୱର: ଗାଧୋଇବା ବେଳେ ପୋଖରୀରେ ବୁଡ଼ିବାରୁ ୨ ସଂପର୍କୀୟ ଭଉଣୀ ମୃତ

Bignews-English

ବାଲେଶ୍ୱର: ବସ୍ତା ଥାନା ବଗଚରା ନିକଟରେ ଶନିବାର ଗାଧୋଇବା ବେଳେ ୨ ସଂପର୍କୀୟ ଭଉଣୀ ପୋଖରୀରେ ବୁଡ଼ିଯାଇଛନ୍ତି। ମୃତ ୨ ଭଉଣୀ ହେଲେ ୬ ବର୍ଷର ଅନିତା ପରମାଣିକ (ମୁନୁ) ଓ ୬ ବର୍ଷର ମାମା ଜେନା।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ସିଙ୍ଗଲା ଥାନା ଅନ୍ତର୍ଗତ ଆଳୁମେଦା ଗାଁର ଶିବ ପ୍ରାସାଦଙ୍କ ଝିଅ ମାମା ନିଜ ମା’ଙ୍କ ସହିତ ମାମୁଁ ଘରକୁ କିଛି ଦିନ ପୂର୍ବରୁ ଆସିଥିଲା। ମାମୁଁ ଘର ଗାଁରେ ସେମାନେ ଏକ ବିବାହ ମହୋତ୍ସବରେ ଯୋଗ ଦେଇଥିଲେ। ଆଜି ମଧ୍ୟାହ୍ଣ ପାଖାପାଖି ୧୨ଟା ହେବ ମାମା ନିଜ ମାମୁଁ ଅନୁକୁଳ ପରମାଣିକଙ୍କ ଝିଅ ମୁନୁ ସହିତ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା।

ଗାଧୋଇବା ସମୟରେ ଦୁଇ ଭଉଣୀ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାଖରେ କେହି ନଥିଲେ। ପରେ ପରିବାର ଲୋକେ ବହୁ ଖୋଜା ଖୋଜି କରି ୨ ଭଉଣୀଙ୍କୁ ପୋଖରୀରୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ପହଂଚିବା ପରେ ଡାକ୍ତର ମାମା ଓ ମୁନୁକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe